ବିବାହ ବନ୍ଧନରେ ବାନ୍ଧି ହେଲେ ଅନନ୍ତ ଅମ୍ୱାନୀ-ରାଧିକା ମର୍ଚ୍ଚାଣ୍ଟ

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ସାନପୁଅ ଅନନ୍ତ ଅମ୍ୱାନୀ ଏବଂ ବ୍ୟବସାୟୀ ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଉଭୟ ବିବାହ କରିଛନ୍ତି। ଏହି ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଭାରତ ତଥା ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି। ଯେଉଁଥିରେ ବଲିଉଡ, ହଲିଉଡ ତାରକାଠାରୁ ଆରମ୍ଭ କରି ଅନେକ ରାଜନେତା ଏବଂ ପ୍ରସିଦ୍ଧ ବ୍ୟବସାୟୀ ମଧ୍ୟ ସାମିଲ ହୋଇଛନ୍ତି। ମାର୍ଚ୍ଚରେ ଜାମନଗରରେ ଅନନ୍ତ ଏବଂ ରାଧିକାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ୫ ହଜାର କୋଟି ବ୍ୟୟରେ ହେଉଥିବା ଏହି ବାହାଘରରେ ପ୍ରାୟ ୨୫୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ବିବାହରେ ବଲିଉଡ୍‌ ଗାୟକ ହନି ସିଂହଙ୍କ ପରଫରମାନ୍ସ ସହ ରଣବୀର ସିଂହଙ୍କ ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଅନିଲ କପୁର,ସଲ୍‌ମାନ୍‌ ଖାନ୍‌, ଶାହରୁଖ୍‌ -ଗୌରୀ, କ୍ୟାଟ୍ରିନା କୈଫ୍‌-ଭିକି କୌଶଲ୍‌, ଜନ୍ ସିନା, ଅର୍ଜୁନ କପୁର, ରଣବୀର ସିଂ, ସଞ୍ଜୟ ଦତ୍ତ, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଓ ପରିବାର ଏବଂ ଆଲିଆ ଭଟ୍ଟ ପ୍ରମୁଖ ଏହି ବାବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *