ମନୋରଞ୍ଜନ

ରାଜୁ ସୁସ୍ଥ ହେବାକୁ ଆଉ ୧୦ ଦିନ ଲାଗିବ: ଡାକ୍ତର

ଶ୍ରୀନଗର: ଲୋକଙ୍କୁ ନିଜ ମଜାଳିଆ କଥାରେ ହସାଉଥିବା ଦେଶର ଜଣାଶୁଣା ହସ୍ୟକାର ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ମଧ୍ୟ ସଂଗୀନ ରହିଛି । ଦିଲ୍ଲୀ ସ୍ଥିତ ଏମ୍ସରେ ତାଙ୍କ ଚିକିତ୍ସା ଜାରି ରହିଛି । ତାଙ୍କର ଏମଆରଆଇ ରିପୋର୍ଟ ଆସିଛି । ତାଙ୍କ ମସ୍ତଷ୍କର କୌଣସି ଏକ ଶିରା ଚାପ ରହିଥିବା ତାଙ୍କ ଭାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏମ୍ସର ଡାକ୍ତରମାନେ ସେହି ଶିରାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏଥିପାଇଁ ଡାକ୍ତରୀଦଳ ଲାଗି ରହିଥିବା ବେଳେ ଏହା ଠିକ ହେବାକୁ ଆହୁରି ୧୦ ଦିନ ଲାଗିବ ବୋଲି ଡାକ୍ତରଙ୍କ ପକ୍ଷରୁ ଆଶା କରାଯାଉଛି । ତେବେ ସମସ୍ତେ ରାଜୁଙ୍କ ସୁସ୍ଥତା ପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି ।
ଏନିବାର ରାତି ନଅଟାରେ ରାଜୁଙ୍କ ଏମଆରଆଇ କରାଯାଇଥିଲା । ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜଣାପଡିବା ପରେ ତାଙ୍କୁ ଦେଖିବାକୁ ବହୁ ପ୍ରଶଂସକ ତଥା ପରିବାର ବର୍ଗଙ୍କ ଭିଡ ହସ୍ପିଟାଲରେ ଲାଗି ରହିଥିବା ବେଳେ କିନ୍ତୁ ତାଙ୍କୁ ଦେଖାକରିବାକୁ କାହାରିକୁ ଦିଆଯାଉ ନାହିଁ । ଡାକ୍ତର ସବୁ ସମୟରେ ରାଜୁଙ୍କ ମନିଟରିଂରେ ରହିଛନ୍ତି । ସେ ଖୁବ ଶୀଘ୍ର ଠିକ ହୋଇଯିବେ ବୋଲି ଡାକ୍ତରଙ୍କ ଆଶା ରହିଛି ।
କିଛି ତିନ ତଳେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଆହୁରି ବିଗିଡି ଯାଇଥିଲା । ଏପରି କି, ଦୁଇ ଦିନ ତଳେ ହଠାତ୍ ଖବର ଆସିଥିଲା କି, ରାଜୁଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଏମ୍ସର ଡାକ୍ତରୀ ଦଳଙ୍କ ପକ୍ଷରୁ ତାଙ୍କ ସ୍ଥିତି ଗୁରୁତର ଥିବା ସୂଚନା ଦିଆଯାଇଥିଲା ।
ରାଜୁ ଶ୍ରୀବାସ୍ତବ ବିଭିନ୍ନ ଟେଲିଭିଜରର କମେଡି ସୋରେ ଭାଗ ନେଇ ଦେଶବାସୀଙ୍କୁ ହସିବାର ଖୋରାକ ଦେଇଥିଲେ । ତାଙ୍କ ଗଜୋଧର ଡାଇଲଗ ତାଙ୍କୁ ସ୍ୱତନ୍ତ୍ର ଏକ ପରିଚୟ ପ୍ରଦାନ କରିଥିଲା । ସେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଥିଲେ ।

Related Articles

Leave a Reply

Your email address will not be published.

Back to top button