ଆଦିପୁରୁଷ ସିନେମା ବ୍ୟାନ ସହିତ ନିର୍ଦ୍ଦେଶକ ଓ ଲେଖକଙ୍କୁ ଗିରଫ ଦାବି କଲା ବଳଦେବ ସେନା

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ବଳଦେବ ସେନା ପକ୍ଷରୁ ଆଦିପୁରୁଷ ଚଳଚ୍ଚିତ୍ର ବନ୍ଦ କରି, ଏହାର ନିର୍ଦ୍ଦେଶକ ଓ ଲେଖକଙ୍କୁ ଗିରଫ କରିବାକୁ ସଂଘ ତରଫରୁ ଦାବି କରାଯାଇଛି । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଟି ପ୍ରଭୁ ଶ୍ରୀରାମଙ୍କ ବିଷୟରେ କରାଯାଇ ଥିବାରୁ ଏହି ଚଳଚ୍ଚିତ୍ରରେ ଶ୍ରୀରାମଙ୍କୁ ଅତ୍ୟନ୍ତ ଖରାପ ପୋଷାକରେ ଦେଖାଇବା ସହିତ ମାତା ସୀତାଙ୍କୁ ମା ଲକ୍ଷ୍ମୀଙ୍କ ସହ ତୁଳନା କରୁ । ଏହି ଚଳଚ୍ଚିତ୍ରରେ ମାତା ସୀତାଙ୍କୁ ଉଲଗ୍ନ ଅବସ୍ଥାରେ ଦେଖା ଯାଇଛି । ମହାବଳୀ ହନୁମାନଙ୍କୁ ଚମଡା ବେଲ୍ଟରେ ଦେଖାଇବା ସହ ରାମାୟଣର କିଛି ଅଂଶକୁ ସଂପୂର୍ଣ୍ଣ ବିପରୀତ ଉଦ୍ଦେଶ୍ୟରେ ଦେଖା ଯାଇଛି । ଯାହାକି ହିନ୍ଦୁ ସନାତନ ସମାଜରେ ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଏହି ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ସହ ଏହାର ଲେଖକ ଓ ନିଦ୍ଦେଶକଙ୍କୁ ଗିରଫ କରିବା ପାଇଁ ବଳଦେବ ସେନା ପକ୍ଷରୁ ସଭାପତି ପପୁନ କୁମାର ସ୍ୱାଇଁ, ସଂପାଦକ ଅମର ବାରିକ, ଉପ ସଭାପତି ନିରଞ୍ଜନ ସୁଆରଙ୍କ ସହ ଅନ୍ୟ ସଦସ୍ୟ/ସଦସ୍ୟା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *