ଗତ କିଛି ଦିନ ହେବ ସିରିଏଲ ‘ତାରାକ ମେହେତା କା ଓଲଟା ଚଶ୍ମା’ ଚର୍ଚ୍ଚାରେ ରହି ଆସିଛି । ଏହି ସିରିଏଲର କଳାକାରମାନେ ନିର୍ମାତା ଆସିତ ମୋଦୀଙ୍କ ବିରୋଧରେ ଅନେକ ଅଭିଯୋଗ କରିଆସୁଛନ୍ତି । ଏହି ଧାରାବାହିକର ଅଭିନେତ୍ରୀ ଜେନିଫର ମିଷ୍ତ୍ରି ଆସିତ ମୋଦୀଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି । ଆଇପିସି ଧାରା 354 ଏବଂ 509 ଅନୁଯାୟୀ ନିର୍ମାତା ମିଷ୍ତ୍ରିଆସିତ ମୋଦୀ, ଅପରେସନ୍ ହେଡ୍ ସୋହେଲ ରାମାନି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ୍ ବଜାଜଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହା ମଧ୍ୟରେ ଅଭିନେତା ସୋହେଲ ରାମାନି ଜେନିଫରଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ଯେଉଁଥିପାଇଁ ଜେନିଫରଙ୍କ ଅସୁବିଧା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଜେନିଫରଙ୍କ ଅଭିଯୋଗର ଜବାବ ଦେଇ ସୋହେଲ ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ସେତେବେଳେ ସେ କହିଥିଲେ, ‘ଯଦି ଜେନିଫର ମିଷ୍ତ୍ରି ସୋ ଏବଂ ନିର୍ମାତାଙ୍କ ଦ୍ୱାରା ଏତେ କଷ୍ଟ ପାଉଥିଲେ ତେବେ ସେ 2016 ରେ କାହିଁକି ସୋ’କୁ ଫେରି ଆସିଥିଲେ? ତାଙ୍କୁ ସିରିଜରେ ଫେରିବାକୁ କେହି ବାଧ୍ୟ କରିନଥିଲେ । ଜେନିଫର ମିଷ୍ତ୍ରି ଆସିତ ମୋଦୀଙ୍କୁ ମେସେଜ କରିଥିଲେ ଯେ ମୁଁ ବର୍ତ୍ତମାନ ଉନ୍ନତି କରିଛି, ମୋତେ ଏକ ସୁଯୋଗ ଦିଅ ।
ସେ କହିଛନ୍ତି, ଜେନିଫରଙ୍କ ଆଚରଣରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ଜେନିଫର ଯାହା କରିଛନ୍ତି ତାହା କେବଳ ଏକ ପ୍ରଚାର ପ୍ରସାର। ବର୍ତ୍ତମାନ ସୋହେଲଙ୍କ ବିବୃତ୍ତି ପରେ ଏହି ମାମଲା କ’ଣ ହେବ ତାହା ଦେଖିବାକୁ ସମସ୍ତେ ଆଗ୍ରହୀ ।
ଏହି ଶୋ’ରେ ‘ଶ୍ରୀମତୀ ସୋଡ଼ି’ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଜେନିଫର ମିଷ୍ତ୍ରିଙ୍କ ଦ୍ୱାରା ଏହି ମାମଲା ଦାୟର କରାଯାଇଛି। ମୁମ୍ବାଇ ପୋଲିସ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ପୋୱାଇ ପୋଲିସ ‘ତାରକ ମେହେତା କା ଓଲଟା ଚାଶମା’ ନିର୍ମାତା ଆସିତ ମୋଦୀ, ଅପରେସନ୍ ହେଡ୍ ସୋହେଲ ରାମାନି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ୍ ବଜାଜଙ୍କ ବିରୋଧରେ ଏଫ୍ଆଇଆର୍ ଫାଇଲ ହୋଇଛି । ସିରିଏଲ ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଆଇପିସିର ଧାରା 354 ଏବଂ 509 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now