ଅଭିନେତ୍ରୀ କାଲକି କୋଚଲିନ୍ ତାଙ୍କର ଆକର୍ଷଣୀୟ ଅଭିନୟ ସହିତ ଅନେକଙ୍କ ହୃଦୟ ଜିତିଥିଲେ । କାଲକି ‘ୟେ ଜୱାନୀ ହେ ଦିୱାନୀ’, ‘ଏକ ଥି ଡାୟିନ୍’, ‘ମାରଗରିଟା ୱିଥ ଏ ଷ୍ଟ୍ର’ ଭଳି ଅନେକ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କୁ ଖୁବ୍ ଶୀଘ୍ର ‘ମେଡ୍ ଇନ୍ ହେଭେନ’ ସିରିଜ୍ ର ଦ୍ୱିତୀୟ ସିଜନରେ ଦେଖିବାକୁ ମିଳିବ । ଏହି ଅବସରରେ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସଂଘର୍ଷ ବିଷୟରେ କହିଛନ୍ତି ।
ଅଭିନେତ୍ରୀ କାଲକି କୋଚଲିନ୍ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, “ପିଲାଦିନରୁ ମୋ ଦେହର ଗୋରା ରଙ୍ଗ ହେତୁ ମୋତେ ଅନେକ ଭେଦଭାବର ସାମ୍ନା କରିବାକୁ ପଡିଥିଲା। ଅନେକ ଲୋକ ଭାବନ୍ତି ଯେ ମୁଁ ଡ୍ରଗ୍ସ ସେବନ କରୁଥିବାରୁ ମୋ ଦେହର ଗୋରା ରଙ୍ଗ ଏହିଭଳି | ଅନେକ ଲୋକ ଭୁଲ ବୁଝିଥିଲେ ଯେ, ଏହି ଝିଅ ନିଶା ସେବନ କରେ, କିନ୍ତୁ ଯେତେବେଳେ ମୁଁ ତାମିଲରେ କଥାବାର୍ତ୍ତା କରୁଥିଲି, ଲୋକମାନେ ମୋତେ ଭଲ ବ୍ୟବହାର କରୁଥିଲେ। ”
ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ କାଷ୍ଟିଂ କାଉଚ୍ ଅଭିଜ୍ଞତା ବିଷୟରେ କାଲକି କହିଛନ୍ତି, “ଜଣେ ନିର୍ମାତା ମୋତେ ବହୁତ ଭଲ ଭୂମିକା ଦେବେ କହି ମୋତେ ରାତ୍ରୀ ଭୋଜନ ପାଇଁ ଡାକିଥିଲେ କିନ୍ତୁ, ମୁଁ ତାଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲି ।’’ ଏହି ଅଭିଜ୍ଞତାକୁ ବର୍ଣ୍ଣନା କରିବାବେଳେ ଅଭିନେତ୍ରୀ କାଲକି କାହାର ନାମର ଗୁମର ଖୋଲି ନାହାଁନ୍ତି । କିଛି ଲୋକ ମୋତେ କହିଛନ୍ତି ଯେ ତୁମର ଦାନ୍ତ ବହୁତ ବଡ । ତେଣୁ, ଜଣେ ମେକଅପ୍ ଆର୍ଟିଷ୍ଟ ମୋ ଆଖିରେ ଆଇଲାଇନର ଲଗାଇବାକୁ ମନା କରିଦେଇଥିଲେ । କାଲକି କହିଛନ୍ତି ଯେ ମୋର ଏହି ଇଣ୍ଡଷ୍ଟ୍ରିରେ ଅନେକ ଅନୁଭୂତି ଅଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now