ମନୋରଞ୍ଜନ

ରିଲିଜ ହେଲା ଆମିରଙ୍କ “ଲାଲ ସିଂ ଚଡ୍ଡା”

ବଲିଉଡ ଫିଲ୍ମ ଷ୍ଟାର ଆମିର ଖାନ୍। ବର୍ତ୍ତମାନ ତାଙ୍କ ଫିଲ୍ମ ଲାଲ ସିଂ ଚଡ୍ଡାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ବିବାଦ ମଧ୍ୟରେ ତାଙ୍କର ଫିଲ୍ମ ଲାଲ ସିଂ ଚଡ୍ଡା ବର୍ତ୍ତମାନ ସିନେମା ହଲରେ ରିଲିଜ ହୋଇଛି। ଏହି ଫିଲ୍ମରେ ଆମିର ଖାନ୍ ଙ୍କ ସହ କରୀନା କାପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଲାଲ ସିଂ ଚଡ୍ଡା ଫିଲ୍ମକୁ ବହୁ ଦିନ ଧରି ବୟକଟ୍ କରାଯିବ ନେଇ ଦାବି ହୋଇଥିଲା।ଲାଲ ସିଂ ଚଡ୍ଡା ଫିଲ୍ମ ସିନେମା ହଲରେ ରିଲିଜ୍ ହେବା ପରେ ଦର୍ଶକମାନେ ଏହାକୁ ବେଶ ପସନ୍ଦ କରିଛନ୍ତି। ଅମୀର ଖାନଙ୍କ ଫିଲ୍ମ ଲୋକଙ୍କ ହୃଦୟ ଜିତୁଛି। ଅନେକ ଲୋକ ଲାଲ ସିଂ ଚଡ୍ଡାକୁ ବ୍ଲକବଷ୍ଟର ବୋଲି କହୁଛନ୍ତି।

ଦୀର୍ଘ ସମୟ ପରେ ବଲିଉଡରେ ଏମିତି ଏକ ଫିଲ୍ମ ରିଲିଜ ହୋଇଛି, ଯାହା ତାର କଣ୍ଟେଟ ପାଇଁ ଫିଲ୍ମ ହିଟ୍ ହେବ ବୋଲି ଦର୍ଶକମାନେ କହିଛନ୍ତି। ଫିଲ୍ମ ଏକ ପ୍ରକୃତ ଘଟଣାକୁ ନେଇ ଆଧାରିତ ହୋଇଛି। ଏହି ଫିଲ୍ମରେ ଭାରତୀୟ ଇତିହାସ ବିଷୟରେ ଉଲ୍ଲେଖ ରହିଛି। ଦେଶର ସ୍ୱାଧୀନତା ହେଉ, ଶିଖମାନଙ୍କ ପ୍ରତି ହିଂସା, ବାବ୍ରି ମସଜିଦ ଭାଙ୍ଗିବାର ସମୟ ହଉ ବା ଅନ୍ୟ କୌଣସି ପ୍ରସଙ୍ଗରେ ହେଉ ସେହି ସମୟର ଘଟଣା ସବୁ ଏହି ଫିଲ୍ମରେ ଦେଖାଯାଇଛି। ଲାଲ ସିଂ ଚଡ୍ଡା ଜଣେ ସ୍ୱାଧିନତା ସଂଗ୍ରାମୀ ତାଙ୍କ ଜୀବନି ଉପରେ ଏହି ଫିଲ୍ମ ଆଧାରିତ ହୋଇଛି।

ତେବେ ଦର୍ଶକମାନେ ଏହାକୁ ଅଧିକ ପସନ୍ଦ କରିଛନ୍ତି। ଯିଏ ଆମୀର ଖାନଙ୍କ ଲାଲ ସିଂ ଚଡ୍ଡା ଫିଲ୍ମ ଦେଖିଛନ୍ତି, ସିଏ ଏହି ଫିଲ୍ମର ତାରିଫ ନକରି ରହିପାରିନାହାନ୍ତି। ସେଲିବ୍ରେଟି ଓ ପ୍ରଶଂସକମାନେ ଆମୀର ଖାନଙ୍କ ଫିଲ୍ମକୁ ତାରିଫ କରିଛନ୍ତି। ଲୋକମାନେ ଫିଲ୍ମର କାହାଣୀ ଓ କ୍ୟାରେକ୍ଟର ଗୁଡିକୁ ବହୁତ ପସନ୍ଦ କରୁଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଆମୀର ଖାନ୍ ବହୁତ ନର୍ଭସ ଥିଲେ। ଫିଲ୍ମ ରିଲିଜ ହେବା ପୂର୍ବ ଦିନ ସେ ଟେନସନରେ ଶୋଇ ନଥିଲେ। ବର୍ତ୍ତମାନ ଫିଲ୍ମର ରେସପନ୍ସ ଭଲ ରହିଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button