ଭିକି କୌଶଲଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ଛାବା”। ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଭିକିଙ୍କୁ ଫିଲ୍ମରେ ଛତ୍ରପତି ଶମ୍ଭାଜୀ ମହାରାଜଙ୍କ ଭୂମିକାରେ ଦେଖିବାକୁ ମିଳିବ । ସେହିପରି ରଶ୍ମିକା ମନ୍ଦାନା ତାଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତେବେ ବର୍ତ୍ତମାନ ଫିଲ୍ମ ପ୍ରମୋସନରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଫିଲ୍ମ ଆଡ୍ଭାନ୍ସ ବୁକିଂକୁ ଦେଖି ଲାଗୁଛି ଯେ ଫିଲ୍ମଟି ପ୍ରେକ୍ଷାଳୟରେ ଧମାଲ ମଚାଇବାକୁ ଯାଉଛି ।
ରିପୋର୍ଟ ଅନୁଯାୟୀ ଫିଲ୍ମରେ ଅଜୟ ଦେବଗନ ଭଏସ୍ ଓବର୍ ଦେବାକୁ ଯାଉଛନ୍ତି । ସେ ନିଜର ଡ଼ବିଂ ମଧ୍ୟ ଶେଷ କରିସାରିଛନ୍ତି । ଭିକି କୌଶଳଙ୍କ ‘ଛାଭା’ରେ ପ୍ରତ୍ୟେକ ଜିନିଷ ଉପରେ ନଜର ରଖାଯାଇଛି । ଏହି ଫିଲ୍ମଟି ଜଣେ ମରାଠା ଯୋଦ୍ଧାଙ୍କ ଉପରେ ତିଆରି ହୋଇଛି । ତେଣୁ ସ୍ୱର ମଧ୍ୟ ସମାନ ଭାବରେ ଉଚ୍ଚ ହେବା ଉଚିତ। ଭିକି କୌଶଳଙ୍କ ଫିଲ୍ମର ଟ୍ରେଲରଟି ବହୁତ ଚମତ୍କାର ଥିଲା। ଏହାରି ମଧ୍ୟରେ ଅଜୟ ଦେବଗନ ମଧ୍ୟ ଏହି ଫିଲ୍ମରେ ନିଜର ଭଏସ୍ ଓଭର ଦେଉଛନ୍ତି। ଅଜୟ ଦେବଗନ ଭାରତୀୟ ସିନେମାର ସେହି ତାରକାମାନଙ୍କ ମଧ୍ୟରୁ ଜଣେ। ଯିଏ ନିଜର ଦମଦାର କଣ୍ଠରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଏବଂ ସେମାନଙ୍କ ହୃଦୟ ଜିତିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now