ବିବାଦରେ ଏକ୍ତା କାପୁର୍‌ ଏବଂ ତାଙ୍କ ମା

ପ୍ରୋଡୁସର ଏକ୍ତା କାପୁର୍‌ ଏବଂ ତାଙ୍କ ମା ଶୋଭା କାପୁର୍‌ଙ୍କ ବିରୋଦ୍ଧରେ POSCO ACT ଅନୁଯାୟୀ ଏକ ଅଭିଯୋଗ ରୁଜୁ କରାଯାଇଛି। ଅଭିଯୋଗ ଏଇଆ କି, ସେ ତାଙ୍କର ଏରୋଟିକ ସିରିଜ “ଗନ୍ଦୀବାତ୍” ରେ ଏକ ନାବାଳିକାର ଅଶୀଳ ଦୃଶ୍ୟର ଦେଖାଇଥିଲେ ।ତେବେ ଓଟିଟି ପ୍ଲାଟର୍ଫମ Alt Balaji ର ୱେବ ସିରିଜ ଗନ୍ଦୀବାତ ର ସିଜିନ ୬ର ଏକ ଏପିସୋଡରେ ନାବାଳିକା ଝିଅମାନଙ୍କର ଅଶୀଳ ଦୃଶ୍ୟ ନଜର ଆସିଛି। ଯେହେତୁ ଏକ୍ତା ପୁରୁଣା ପ୍ରୋଡୁସର ରହିଛନ୍ତି ସେଥିପାଇଁ ତାଙ୍କ ନାଁ ସହ ତାଙ୍କ ମାଙ୍କ ନାଁରେ ଅଭିଯୋଗ କରାଯାଇଛି। ଅଭିଯୋଗରେ ଲେଖା ହୋଇଛି କି, ୨୦୨୧ ଫେବୃୟାରୀରୁ ୨୦୨୧ ଏପ୍ରିଲ ମଧ୍ୟରେ Alt Balaji ର ଏହି ୱେବ ସିରିଜ୍ ରେ ସ୍ଟ୍ରିଂମ୍‌ ହୋଇଥିବା ନାବାଳିକାଙ୍କ ଅଶୀଳ ଦୃଶ୍ୟ ଦେଖାଇଥିଲେ। ତଥାପି ଏହି ବିବାଦୀୟ ସିନ୍ ଏବେ ଯାଏଁ ଆପ୍ ରେ ସ୍ଟ୍ରିଂମ୍‌ ହୋଇନାହିଁ। ଅଭିଯୋଗରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଏହି ସିରିଜରେ ସିଗାରେଟ ର ବିଜ୍ଞାପନ ବ୍ୟବହାର କରି ମହାପୁରୁଷମାନଙ୍କର ଅପମାନ କରାଯାଇଛି। ଏହି କାରଣରୁ ଅଭିଯୋଗକାରୀଙ୍କ ଭାବନାକୁ ଆଘାତ ଲାଗିଛି। ତା ସହ ଏହି ସିରିଜର ଏକ ଏପିସୋଡ ରେ POSCO ACT ର ନିୟମକୁ ଉଲ୍ଲଘନ କରାଯାଇଥିବା ଭଳି କିଛି ସିନ୍‌ ମଧ୍ୟ ରହିଛି। ଏହି ସବୁ ଘଟଣାକୁ ଆଗରେ ରଖି ତାଙ୍କ ନାଁରେ ଏମିତି ଅଭିଯୋଗ କରାଯାଇଛି । ତେବେ କିଛି ସମୟ ପୂର୍ବେ ସୁପ୍ରିମକୋର୍ଟ ପିଲାମାନଙ୍କ ସମ୍ୱନ୍ଧରେ ଏକ ବଡ ଫୈସଲା ଶୁଣାଇଥିଲେ। ପିଲାମାନଙ୍କୁ ନେଇକି କୌଣସି ପ୍ରକାର ଅଶୀଳ ଭିଡିଓ ବନେଇବା, ପବ୍ଲିଶ୍ କରିବା କି ଡାଉନଲୋଡ କରିବା ଅପରାଧ ଅଟେ। ତେବେ ଏହି ନିୟମକୁ ଦୃଷ୍ଟିରେ ରଖି ତାଙ୍କ ନାଁ ରେ ଅଭିଯୋଗ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *