କର୍ଣ୍ଣାଟକରେ ତାଙ୍କ ଫିଲ୍ମ ଥଗ୍ ଲାଇଫର ରିଲିଜ୍ ଉପରେ ବ୍ୟାନ୍ ଲାଗିବା ଦାବି ତେଜିଥିଲା ବେଳେ କମଲ୍ ହାସନ କହିଛନ୍ତି ଯେ, ସେହି ବକ୍ତବ୍ୟ ତାଙ୍କର ଭାଷାପ୍ରେମ ଓ ଭାବନାରୁ ଆସିଥିଲା, ଏବଂ କୌଣସି ଭାବେ କନ୍ନଡ ଭାଷାକୁ ଅପମାନ କରିବା ଉଦ୍ଦେଶ୍ୟ ନଥିଲା। ସେ କର୍ଣ୍ଣାଟକ ଫିଲ୍ମ ଚାମ୍ୱର (KFCC) ନିକଟକୁ ଏକ ଚିଠି ଲେଖି ଏନେଇ ଦୁଃଖ ବ୍ୟକ୍ତ କରିଛନ୍ତି। କିନ୍ତୁ ସେ ସାର୍ବଜନୀନ ଭାବେ କ୍ଷମା ମାଗିନାହାନ୍ତି। ବଢ଼ୁଥିବା ବିବାଦ ଓ ତାଙ୍କ ଫିଲ୍ମ ରିଲିଜକୁ ବ୍ୟାନ ଅପିଲ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ କମଲ। କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ କମଲଙ୍କ ଏଭଳି ମନ୍ତବ୍ୟକୁ ନେଇ ତୀବ୍ର ଭର୍ତ୍ସନା କରିଛନ୍ତି। ନିଜ ବୟାନ ଲାଗି ଭୁଲ୍ ମାଗିନଥିବାରୁ କୋର୍ଟ କମଲଙ୍କୁ ଭର୍ତ୍ସନା କରିଛନ୍ତି। ଶୁଣାଣୀ ବେଳେ ଜଷ୍ଟିସ ନାଗପ୍ରସନ୍ନା କହିଛନ୍ତି, କୌଣସି ନାଗରିକର ଭାବନାକୁ ଆଘାତ ପହଞ୍ଚାଇବାର କାହାର ଅଧିକାର ନାହିଁ। ପାଣି, ନୀଲ ଓ ବାସି ଏହି ତିନୋଟି ଜିନିଷ ନାଗରିକଙ୍କ ଲାଗି ଜରୁରୀ। ଦେଶ ବି ଭାଷା ଆଧାରରେ ବିଭାଜନ ହୋଇଥିଲା। ଯଦି ଜଣେ ପବ୍ଲିକ ଫିଗର ଏଭଳି ବୟାନ ଦିଅନ୍ତି, ତାହେଲେ କେମିତି ଚଳିବ। କୌଣସି ଭାଷା କାହାଠୁ ଜନ୍ମ ନେଇନି। ଏଭଳି ମନ୍ତବ୍ୟ ମାହୋଲକୁ ବିଗାଡ଼ିବା ସଦୃଶ। ଅଭିବ୍ୟକ୍ତିର ସ୍ୱାଧୀନତା ଆଳରେ ଯାହା ପାରିଲେ କହିଲେ ହେବନି। କର୍ଣ୍ଣାଟକ ଲୋକେ ତ କେବଳ କ୍ଷମାପ୍ରାର୍ଥନା ଚାହୁଁଛନ୍ତି। ଏଭଳି ସ୍ଥିତି ଲାଗି କମଲ ହିଁ ଦାୟୀ। ଯଦି କମଲ କ୍ଷମା ମାଗିବାକୁ ମନା କରୁଛନ୍ତି। ତାହେଲେ କେଉଁ ଆଧାରରେ ଲୋକଙ୍କ ଭାବନାକୁ ଆଘାତ ଦେଲେ। କର୍ଣ୍ଣାଟକରେ କାହିଁକି ତା ହେଲେ ରିଲିଜ କରିବାକୁ ଚାହୁଁଛନ୍ତି। ଛାଡ଼ିଦିଅନ୍ତୁ। କମଲ କୌଣସି ଐତିହାସିକ ନା ଭାଷା ବିଶେଷଜ୍ଞ। ନିଜର ଆର୍ଥିକ ଲାଭ ଲାଗି କୋର୍ଟ ଆସିଛନ୍ତି ଏବେ। ଏହାର ସମାଧାନ କେବଳ କ୍ଷମା ମାଗିଦେଲେ ସରନ୍ତା ବୋଲି କହିଛନ୍ତି ହାଇକୋର୍ଟ।

Naxatra News is now on Whatsapp
Join and get latest news update delivered to you via whatsapp
Join Now