ଅଭିଷେକ ବଚ୍ଚନଙ୍କ ଆଇ ଓ୍ୱାଣ୍ଟ ଟୁ ଟକ୍-ଶୁକ୍ରବାର ରିଲିଜ- ଆସିଗଲାଣି ଟିଜର..

 ନଭେମ୍ୱର ୨୨ରେ ରିଲିଜ୍ ହେବାକୁ ଯାଉଛି ଅଭିଷେକ ଅଭିନୀତ ଫିଲ୍ମ ଆଇ ଓ୍ୱାଣ୍ଟ ଟୁ ଟକ୍। ଏହାର ଟିଜର କିଛି ସମୟ ପୂର୍ବରୁ ରିଲିଜ୍ ହୋଇସାରିଛି। ଫିଲ୍ମର ନିର୍ଦେଶକ ସୁଜିତ ସରକାରଙ୍କ ବହୁ ଚର୍ଚ୍ଚିତ ଏହି ଫିଲ୍ମକୁ ସମସ୍ତଙ୍କ ନଜର। ୨୦୨୩ରେ ଘୁମର ଫିଲ୍ମରେ ଅଭିଷେକ ଶେଷଥର ନଜରକୁ ଆସିଥିଲେ। ଟିଜରରେ ଅବଶ୍ୟ ଅଭିଷେକ ନଜରକୁ ଆସିନାହାନ୍ତି। ଟିଜରରେ ଭଏସ ଓଭର ଦେଇଛନ୍ତି ନିଜେ ଅଭିଷେକ। ୟୁଟ୍ୟୁବ୍ ବ୍ୟତୀତ ଅଭିଷେକ ନିଜ ଇନଷ୍ଟାଗ୍ରାମରେ ବି ଫିଲ୍ମର ଟିଜରକୁ ସେୟାର କରିଛନ୍ତି। ଜୁନିଅର ବଚ୍ଚନଙ୍କ ଶେଷ ସୋଲୋ ହିଟ୍ ଫିଲ୍ମ ମଣିରତ୍ନମଙ୍କ ଗୁରୁ ୧୭ ବର୍ଷ ତଳେ ଆସିଥିଲା। ଐଶ୍ୱର୍ଯ୍ୟା ରାୟଙ୍କ ସହ ୨୦୦୭ରେ ଏହି ଫିଲ୍ମରେ ଅଭିନୟ କରିଥିଲେ ଅଭିଷେକ। ଜାନୁଆରୀରେ ଗୁରୁ ରିଲିଜ୍ ହୋଇ ହିଟ୍ ପରେ ଏପ୍ରିଲରେ ଅଭିଷେକ-ଐଶ୍ୱର୍ଯ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବକ୍ସ ଅଫିସରେ ଏହା ହିଟ୍ ସାବ୍ୟସ୍ତ ହୋଇ ୪୬କୋଟି ଟଙ୍କା ଆୟ କରିଥିଲା। ହାପି ନ୍ୟୁ ଇଅର, ହାଉସଫୁଲ-୩, ବୋଲବଚନ, ଧୁମ୍ ୩ ଭଳି ମଲଟିଷ୍ଟାରର ଫିଲ୍ମରେ ଅଭିନୟ କରିଥିଲେ ଅଭିଷେକ। ବୋଲବଚ୍ଚନ ସୁପରହିଟ୍ ହୋଇଥିଲା ବେଳେ ଧୁମ୍ -୩ ହିଟ୍ ହୋଇଥିଲା। ଅଲ ଇଜ୍ ଓ୍ୱେଲ, ଘୁମର, ମନମର୍ଜିୟା ଫ୍ଲପ୍ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *