କମଲ ହାସନଙ୍କ ଅଭିନୀତ ଫିଲ୍ମ ଗୁନା ରି-ରିଲିଜ୍ ଉପରେ ରହିତାଦେଶ

କପିରାଇଟ ବିବାଦରେ ପଶିଛି କମଲ ହାସନଙ୍କ ଅଭୀନିତ ଫିଲ୍ମ ଗୁନା। ମାଡ୍ରାସ ହାଇକୋର୍ଟ ସାନି ରିଲିଜ ଉପରେ ରହିତାଦେଶ ଜାରି କରିଛନ୍ତି।  ଆବେଦନକାରୀ ଘନଶ୍ୟାମ ହେମଦେବ କୋର୍ଟକୁ ସୂଚିତ କରିଥିଲେ ଯେ, ଫିଲ୍ମର ଫାଇନାନ୍ସ, ପ୍ରଡକ୍ସନ ଓ ସିନେମାଟୋଗ୍ରାଫି କପିରାଇଟ୍ସ କଥା ବୁଝୁଥିଲେ। ୧୦ଟି ତାମିଲ ସିନେମାଟୋଗ୍ରାଫି ଫିଲ୍ମର ନେଗେଟିଭ ରାଇଟ୍ସ ନେଇଥିଲେ। ଏହି କପିରାଇଟ୍ସ ଏନ.ରତ୍ନମଙ୍କଠୁ ଅଧିଗ୍ରହଣ କରିଥିଲେ। ଏହା ହାସଲ ପରେ ଫିଲ୍ମର ଏକ୍ସକ୍ଲୁସିଭ ରାଇଟ୍ସ ବି ଏନ.ରତ୍ନମ ତାଙ୍କୁ ଦେଇଥିଲେ। କିନ୍ତୁ ଜୁନ୍ ମାସରେ ଜାଣିବାକୁ ପାଇଥିଲେ ଯେ, ଫିଲ୍ମକୁ ତାମିଲନାଡ଼ୁରେ ସାନି ରିଲିଜ୍ କରିବାକୁ ଉଦ୍ୟମ କରିଥିଲେ। ଫିଲ୍ମ ବିତରକ ସଂଘକୁ ହସ୍ତକ୍ଷେପ କରି ଏହାକୁ ବନ୍ଦ କରିବାକୁ ନିବେଦନ ସତ୍ତ୍ୱେ ଜୁଲାଇ ୫ରେ ରିଲିଜ୍ ହୋଇଥିଲା। ମିଛ ଏଗ୍ରିମେଣ୍ଟ ଦେଖାଇ ପ୍ରତିପକ୍ଷ ପିରାମିଡ୍ ଅଡ଼ିଓ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏହାକୁ ପୁଣି ଥରେ ରିଲିଜ କଲେ। ଅନଧିକୃତ ଭାବେ କପିରାଇଟ୍ସକୁ ଉଲ୍ଲଂଘନ କରି ସାନି ରିଲିଜ ହୋଇଥିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ। ଫିଲ୍ମର ପ୍ରଦର୍ଶନ, ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ କୋର୍ଟ ନିର୍ଦେଶ ଦେବାକୁ ଅପିଲ୍ ହୋଇଥିଲା ବେଳେ କୋର୍ଟ ଏହାକୁ ଗ୍ରହଣ କରି ରହିତାଦେଶ ଲଗାଇଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *