ମହାଭାରତର ଶକୁନି ମାମା ‘ଗୁଫି ପେଣ୍ଟାଲ୍’ଙ୍କ ପରଲୋକ

Spread the love

ମୁମ୍ବାଇ : ଲୋକପ୍ରିୟ ଧାରାବାହିକ “ମହାଭାରତ” ରେ ଶକୁନି ମାମା ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲଙ୍କ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସା ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ତାଙ୍କ ସାଥି କଳାକାର ସୁରେନ୍ଦ୍ର ପାଲ ଗୁଫିଙ୍କ ଦେହାନ୍ତ ଖବର ନିଶ୍ଚିତ କରିଛନ୍ତି । ସେ ଗତ 10 ଦିନ ଧରି ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କୌତୁହଳର ବିଷୟ, ଗତ ଦୁଇ ଦିନରୁ ତାଙ୍କ ଅବସ୍ଥା ସୁଧୁରୁଥିଲା । ଏଭଳି ପରିସ୍ଥିତିରେ ସେ ଶୀଘ୍ର ଘରକୁ ଫେରିବେ ବୋଲି ପରିବାର ଆଶା କରିଥିଲେ । ସେ କିଛି ବର୍ଷ ଧରି ହୃଦୟ ଏବଂ କିଡନୀ ରୋଗରେ ପୀଡିତ ଥିଲେ ।

ଆଜି ସକାଳ ପ୍ରାୟ 9.30 ସମୟରେ ଗୁଫି ପେଣ୍ଟାଲଙ୍କ ଦେହାନ୍ତ ହୋଇଛି । ଆଜି ଅପରାହ୍ନ 4 ଟାରେ ତାଙ୍କ ମୃତଦେହ ଓଶିୱାରା ଶ୍ମଶାନରେ ଶବଦାହ କରାଯିବ । ପ୍ରଶଂସକମାନେ ଗୁଫି ପେଣ୍ଟାଲଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିଲେ କିନ୍ତୁ ଶେଷରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସେଲିବ୍ରିଟିଙ୍କ ସହ ପ୍ରଶଂସକମାନେ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି ।

ଗୁଫି ପେଣ୍ଟାଲ ଅନେକ ହିନ୍ଦି ପୌରାଣିକ ଓ କାଳପନିକ ଧାରାବାହିକ ଛଡା ଅନେକ ହିନ୍ଦି ଚଳଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ପ୍ରଶଂସକ ମାନଙ୍କ ମନ ଜିଣିଥିଲେ । ବିଶେଷ କରି ଲୋକପ୍ରିୟ ଧାରାବାହିକ “ମହାଭାରତ” ରେ ଶକୁନି ମାମା ଭୂମିକାରେ ସମସ୍ତେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *