
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ପୂଜା ହେଗଡେଙ୍କ ନାମ ସବୁଆଡେ ଚର୍ଚ୍ଚା ହେଉଛି। ତାଙ୍କର ଆକ୍ଟିଙ୍ଗ ଏବଂ ନିଜର ସୌନ୍ଦର୍ଯ୍ୟ ପାଇଁ ସେ ଲକ୍ଷ ଲକ୍ଷ ଫ୍ୟାନ୍ସମାନଙ୍କର ହୃଦୟରେ ରାଜ କରୁଛନ୍ତି। ପୂଜା ହେଗଡେ ଅନେକ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି। ଏହା ସହ ସେ ଖୁବ୍ ଶୀଘ୍ର ବଲିଉଡ୍ ରେ ତାଙ୍କର ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଖବର ଆସୁଛି ଯେ, ସେ ତାଙ୍କ ଫି’ ବୃଦ୍ଧି କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ପିଲ୍ଣ ‘କଭି ଇଦ୍ କଭି ଦିୱାଲି’ ପାଇଁ ପୂଜା ହେଗଡେଙ୍କୁ ବିପୁଳ ପରିମାଣର ଅର୍ଥ ମିଳିଛି। ଏହି ଚଳଚିତ୍ର ବିଷୟରେ କହିବାକୁ ଗଲେ ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଏହି ଫିଲ୍ମରେ ପୂଜା ଏବଂ ସଲମାନ ଖାନଙ୍କୁ ପରଦାରେ ଏକାଠି ଦେଖିବାକୁ ଫ୍ୟାନ୍ସମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଏହା ପୂର୍ବରୁ ଖବର ଆସିଥିଲା ଯେ, ପୁଜା ଫିଲ୍ମ ‘ଜନ ଗନ ମନ’ ପାଇଁ ୫ କୋଟି ଟଙ୍କାରୁ ଅଧିକ ଫିସ୍ ନେଇଥିଲେ।
‘ଜନ ଗନ ମନ’ରେ ଯେଉଁଥିରେ ବିଜୟ ଦେବରକୋଣ୍ଡା ମୁଖ୍ୟ ଭୂମିକାରେ ନଜର ଆସିବେ। ଏହିା ହେଉଛି ପ୍ୟାନ୍ ଇଣ୍ଡିଆ ଫିଲ୍ମ ଯାହା ହିନ୍ଦୀ, ତାମିଲ, ତେଲୁଗ, ମାଲାୟାଲମ, ଏବଂ କନ୍ନଡରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ପୂଜା ହେଗଡେ ଫିଲ୍ମ ‘ବିଷ୍ଟ’ ରେ ଥଲପତି ବିଜୟଙ୍କ ସହିତ ନଜର ଆସିଥିଲେ। ଏହି ଫିଲ୍ମ ପାଇଁ ପୂଜା ହେଗଡେ ୩.୫ କୋଟି ଟଙ୍କା ଚାର୍ଜ କରିଥିଲେ। କେବଳ ସେତିକି ନୁହେଁ, ନିକଟରେ ମନୋରଞ୍ଜନ ଜଗତର ବଡ ନିର୍ଦ୍ଦେଶକମାନେ ତାଙ୍କୁ ତାଙ୍କ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି।
ପୂଜା ହେଗଡେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଫିସ୍ ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି। ନିକଟରେ ପୂଜା ହେଗଡେ କାନ୍ସ ପିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଯୋଗ ଦେଇଥିଲେ। ଯେଉଁଥିରେ ସେ ଅଧିକ ସୁନ୍ଦର ଦେଖାଯାଉଥିଲେ। ପୂଜା ହେଗଡେଙ୍କର ମଧ୍ୟ ଜବରଦସ୍ତ ଫ୍ୟାନ୍ସ ଫଲୋଇଙ୍ଗ ରହିଛନ୍ତି। ତେବେ ଏବେ ଦେଖିବାକୁ ବାକି ରହିଲା ଯେ, ସାଉଥ୍ ସହିତ ପୂଜା ହେଗଡେ ବଲିଡରେ କେତେ ଧମଲା କରୁଛନ୍ତି।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ