ଦୁଇ ଥର ଅଲମ୍ପିକ୍ସ ପଦକ ବିଜୟ ହୋଇଥିବା ଷ୍ଟାର ବ୍ୟାଡମିଣ୍ଟନ ପିଭି ସିନ୍ଧୁ ଚଳିତ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହାଇଦ୍ରାବାଦ ସହରରେ କାର୍ଯ୍ୟରତ କମ୍ପ୍ୟୁଟର ଇଞ୍ଜିନିୟର ଭେଙ୍କଟ ଦତ୍ତା ସାଇଙ୍କୁ ଡିସେମ୍ବର ୨୨ ତାରିଖରେ ବିବାହ କରିବାକୁ ଯାଉଛନ୍ତି । ରାଜସ୍ଥାନର ଉଦୟପୁରରେ ସିନ୍ଧୁ-ଭେଙ୍କଟଙ୍କ ଭବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସୟଦ ମୋଦୀ ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ ହୋଇ ସିନ୍ଧୁ ଦୀର୍ଘ ୨ ବର୍ଷ ପରେ କୌଣସି ଟାଇଟଲ ଜିତିଥିଲେ। ଏବେ ତାଙ୍କର ବ୍ୟାଡମିଣ୍ଟନରୁ ଅବସର ନେବାର କୌଣସି ଯୋଜନା ନାହିଁ । ଅତିକମ୍ ରେ ସେ ୨ ବର୍ଷ ଖେଳିପାରିବେ ବୋଲି ସିନ୍ଧୁ କହିଛନ୍ତି।
ଜାନୁଆରୀରେ ସିନ୍ଧୁଙ୍କ କାର୍ଯ୍ୟସୂଚୀ ବ୍ୟସ୍ତ ଅଛି। ତେଣୁ ଏହା ହେଉଛି ଉପଯୁକ୍ତ ସମୟ । ଏହି କାରଣରୁ ଉଭୟ ପରିବାର ୨୨ ଡିସେମ୍ବରରେ ବିବାହ ସମାରୋହ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଡିସେମ୍ବର ୨୦ରୁ ଉଦୟପୁରରେ ଆରମ୍ଭ ହେବ। ୨୪ ଡିସେମ୍ବରରେ ହାଇଦ୍ରାବାଦରେ ଏହି ରିସେପ୍ସନ୍ ଅନୁଷ୍ଠିତ ହେବ ବୋଲି କହିଛନ୍ତି ପିଭି ସିନ୍ଧୁ ଙ୍କ ବାପା ।
ତେବେ ଭେଙ୍କଟା ଦତ୍ତା ସେ ଜଣେ ପୋସିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି। ଭେଙ୍କଟା କେବଳ ଟେକ୍ନୋଲୋଜି କମ୍ପାନୀ ସହିତ ଜଡିତ ନୁହଁନ୍ତି, ଏହାପୂର୍ବରୁ ସେ ଦୁନିଆର ସବୁଠାରୁ ପ୍ରସିଦ୍ଧ ଟି -୨୦ ଲିଗ୍ ଆଇପିଏଲ୍ ସହିତ ମଧ୍ୟ ଜଡିତ ଥିଲେ। ଭେଙ୍କଟା ତାଙ୍କ ଲିଙ୍କଡଇନ୍ ବାୟୋରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଠାରେ ସେ କହିଥିଲେ ଯେ ସେ ଏକ ଆଇପିଏଲ୍ ଫ୍ରାଞ୍ଚାଇଜ୍ ପରିଚାଳନା କରୁଛନ୍ତି। ତେବେ ସେ ଏଥିରେ ଥିବା ଫ୍ରାଞ୍ଚାଇଜ୍ରେ ନାମ ଉଲ୍ଲେଖ କରି ନାହାଁନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now