ଜାତୀୟବିଶ୍ୱମନୋରଞ୍ଜନ

ଗୌରବମୟ ଅଧ୍ୟାୟ ରଚିଲା ରାଜମୌଲିଙ୍କ ଆରଆରଆର ଫିଲ୍ମ

() ୨୦୨୩ ପ୍ରାରମ୍ଭ ଭାରତୀୟଙ୍କ ପାଇଁ ଗୌରବମୟ ଅଧ୍ୟାୟ ରଚିଲା ରାଜମୌଲିଙ୍କ ଆରଆରଆର ଫିଲ୍ମ। ଚଳଚ୍ଚିତ୍ରର ନାଟୁ ନାଟୁ ଟ୍ରାକ୍ ବେଷ୍ଟ ଅରିଜିନାଲ ଗୀତ କ୍ୟାଟେଗୋରୀରେ ଗୋଲଡେନ ଗ୍ଲୋବ୍ ଆଓ୍ୱାର୍ଡ ହାସଲ କରିଛି। ସଙ୍ଗୀତ ନିର୍ଦ୍ଦେଶକ ଏମଏମ କିରାଭାନୀଙ୍କୁ ପୁରା କ୍ରେଡିଟ୍ ଦେଇଛନ୍ତି ଜୁନିଅର ଏନଟିଆର। ରାମଚରଣ ଓ ଜୁନିଅର ଏନଟିଆର ମିଳିତ ଭାବେ ଏହି ଗୀତରେ ଧମାକାଦାର୍ ଡ୍ୟାନ୍ସ କରିଥିଲେ।

ଏସ.ଏସ.ରାଜମୌଲିଙ୍କ ବ୍ଲକବଷ୍ଟର ଫିଲ୍ଣ ଆରଆରଆରକୁ ଆଉ ଏକ ସଫଳତା। ଫିଲ୍ମରେ ଥିବା ନାଟୁ ନାଟୁ ଗୀତ ଅରିଜିନାଲ ସଙ୍ଗ କ୍ୟାଟେଗୋରୀରେ ଗୋଲଡେନ ଗ୍ଲୋବ୍ ଆଓ୍ୱାର୍ଡ ପାଇଛି। ଏହି ଗୀତରେ ଧମାକାଦାର ଡ୍ୟାନ୍ସ କରିଥିଲେ ରାମଚରଣ ଓ ଜୁନିଅର ଏନଟିଆର୍। ସଙ୍ଗୀତ ନିର୍ଦେଶକ ଥିଲେ ଏମଏମ.କାରଭାନି। ଆରଆରଆର ଫିଲ୍ମ ଗ୍ଲୋବାଲି ବକ୍ସ ଅଫିସରୁ ପ୍ରାୟ ୧୨ଶହ କୋଟିରୁ ଅଧିକ ଟଙ୍କା ପାଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜମୌଲି ବି ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ ସର୍କଲ ଆଓ୍ୱାର୍ଡ ପାଇଛନ୍ତି।

ଏହା ସହ ଓସ୍କାରର ବିଭିନ୍ନ କ୍ୟାଟେଗୋରୀରେ ବି ଆରଆରଆର ନିଜକୁ ସାମିଲ୍ କରିବାକୁ ପ୍ରୟାସ କରିଛି। ଆଉ ଆଶା ରଖିଛି ଯେ, ଅନ୍ତତଃ ଗୋଟିଏ କ୍ୟାଟେଗୋରୀରେ ଫିଲ୍ମ ସାମିଲ ହେଉ। ଲସ ଆଞ୍ଜେଲ୍ସରେ ଆୟୋଜିତ ଗୋଲଡେନ ଗ୍ଲୋବ୍ସ ଆୱାର୍ଡରେ ସଫଳତା ହାସଲ କରିଛି ଫିଲ୍ମର ଗୀତ ନାଟୁ- ନାଟୁ। ୮୦ ତମ ଗୋଲଡେନ୍ ଗ୍ଲୋବ୍ସ ଆୱାର୍ଡ ପାଇଁ ଦୁଇଟି କ୍ୟାଟେଗୋରୀରେ ନୋମିନେଟ୍ ହୋଇଥିଲା ଆରଆରଆର। ବେଷ୍ଟ ଅରିଜିନାଲ ସଙ୍ଗ୍ ଓ ବେଷ୍ଟ ନନ-ଇଂଲିଶ ଲାଙ୍ଗୁଏଜ ଫିଲ୍ମ। କିନ୍ତୁ ଗୋଟିଏରେ ହାସଲ କରିଛି ପୁରଷ୍କାର। କାରଣ ବେଷ୍ଟ ନନ-ଇଂଲିଶ ଲାଙ୍ଗୁଏଜ ଫିଲ୍ମ ଆଓ୍ୱାର୍ଡ ନେଇଯାଇଛି ଆର୍ଜେଣ୍ଟିନା ୧୯୮୫। ନେଟଫ୍ଲିକ୍ସରେ ହିନ୍ଦିରେ ଉପଲବ୍ଧ ହେବା ପରେ ଆରଆରଆର ଫିଲ୍ମ ୟୁଏସଏରେ ହିଟ୍ ସାବ୍ୟସ୍ତ ହୋଇଥିଲା।

ରାଜମୌଲି ଏଭଳି ବିରଳ ସଫଳତା ପାଇଥିବାରୁ କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସେଲିବ୍ରିଟି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଉ ଇଣ୍ଡିଆନ ଫ୍ୟାନ୍ସ ବି ଏଭଳି ନ୍ୟୁଜ୍ ପାଇ ବେଶ୍ ଖୁସି ଜାହିର କରିଛନ୍ତି। ଶାହାରୁଖ ତ କହିଛନ୍ତି, ସକାଳୁ ଉଠି ଏହି ଖବର ପାଇବା ମାତ୍ରେ ନାଟୁ-ନାଟୁ ଗୀତରେ ନାଚିବାକୁ ମନ କହିଲା। ଭାରତ ଲାଗି ଏହା ଗର୍ବ ଓ ଗୌରବର ଅଧ୍ୟାୟ। ସଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରେହମାନ ବି ଟ୍ୱିଟ୍ କରି ଅଜସ୍ର ଶୁଭକାମନା ଜଣାଇଛନ୍ତି ପୁରା ଟିମ୍‌କୁ। ଚିରଞ୍ଜିବ, ଆଲିଆ ଭଟ୍ଟ, ହ୍ୟୁମା କୁରେସି, କରଣ ଜୋହର, ନିମ୍ରତ କୌରଙ୍କ ଭଳି ବହୁ ସେଲିବ୍ରିଟି ଶୁଭେଛା ଜଣାଇଛନ୍ତି। ଲସ ଆଞ୍ଜେଲସରେ ଆଓ୍ୱାର୍ଡ ସେରିମନିରେ ରାଜମୌଲି, ରାମଚରଣ, ଜୁନିଅର ଏନଟିଆର କ୍ରିଉ ମେମ୍ୱରଙ୍କ ସହ ଉପସ୍ଥିତ ଥିଲେ। କିନ୍ତୁ  ଲିଜେଣ୍ଡ ତଥା ଭେଟେରାନ କିରାଭାନି ଆୱାର୍ଡ ଗ୍ରହଣ କରିଥିଲେ। କିରାଭାନିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହାକୁ ଗାଇଥିଲେ କଲା ଭୈରବ ଓ ରାହୁଲ ସିପଲିଗୁଞ୍ଜ। ଗୀତକୁ ଚନ୍ଦ୍ରବୋଷ ଲେଖିଥିଲା ବେଳେ କୋରିଓଗ୍ରାଫି କରିଥିଲେ ପ୍ରେମ୍ ରକସିତ୍। ନାଟୁ-ନାଟୁର ୯୭ଟି ଡ୍ୟାନ୍ସ ମୁଭମେଣ୍ଟକୁ ୩୦ ଦିନ ଭିତରେ ସମ୍ପନ୍ନ କରାଯାଇଥିଲା।

ଦୀର୍ଘ ଦୁଇ ଦଶନ୍ଧି ପରେ ପ୍ରଥମ ଭାରତୀୟ ଫିଲ୍ମ ଭାବେ ଆରଆରଆର ଗୋଲଡେନ୍ ଗ୍ଲୋବ୍ସ ଆଓ୍ୱାର୍ଡ ହାସଲ କରି ଭାରତକୁ ଗୌରବାନ୍ୱିତ କରିଛି। ଆରଆରଆର  ଫିଲ୍ମ ସ୍ୱାଧୀନତା ପୂର୍ବର ଦୁଇ ଭାରତୀୟ ବିପ୍ଳବୀଙ୍କ ବାସ୍ତବ ଜୀବନକୁ ନେଇ ନିର୍ମାଣ ହୋଇଛି। ଆଲୁରି ସୀତାରମା ରାଜୁ ଓ କୋମରାମ ଭୀମଙ୍କ ଚରିତ୍ରରେ ରାମଚରଣ ଓ ଜୁନିଅର ଏନଟିଆର ଅଭିନୟ କରିଥିଲେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button