ସଲମାନଙ୍କ ‘ସିକନ୍ଦର’ର ଟିଜର୍‌ ରିଲିଜ୍

ସଲମାନଙ୍କ ‘ସିକନ୍ଦର’ର ଟିଜର୍‌ ରିଲିଜ୍ । ଆକ୍ସନ୍‌ ଅବତାରରେ ଭାଇଜାନ ନଜର ଆସିଛନ୍ତି । ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର’ର ଟିଜର ଜାରି ହୋଇଛି । ୧ ମିନିଟ୍ ୪୧ ସେକେଣ୍ଡ ଅବଧିର ଏହି ଭିଡିଓରେ ଭାଇଜାନ୍ ବନ୍ଧୁକ ଭର୍ତ୍ତି ଏକ କୋଠରୀରେ ବୁଲୁଥିବା ଦେଖିବାକୁ ମିଳୁଛି । ସେଠାରେ ୪ ଜଣ ଗୁଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ସେମାନେ ମାସ୍କ ପିନ୍ଧିଥିବାବେଳେ ହାତରେ ବନ୍ଧୁକ ଧରି ଠିଆ ହୋଇଛନ୍ତି । ଭିଡିଓରେ ସଲମାନ୍ଙ୍କର ଏକ ଡାଇଲଗ୍ ମଧ୍ୟ ଶୁଣିବାକୁ ମିଳୁଛି । ସେ କହୁଛନ୍ତି, ଶୁଣିବାକୁ ମିଳୁଛି ବହୁତ ଲୋକ ମୋ’ ପଛରେ ପଡି଼ଛନ୍ତି । କେବଳ ମୁଁ ପଛକୁ ବୁଲିବାକୁ ବାକି ଅଛି । ଏହା କହିବା ପରେ ସେ ଜଣେ ଗୁଣ୍ଡାଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *