କିଡନୀ ଫେଲ୍ ପାଇଁ ପରଲୋକରେ ସତୀଶ ଶାହା- ଫିଲ୍ମ ଜଗତ ସ୍ତବ୍ଧ

ଆଉ ନାହାନ୍ତି ଭେଟେରାନ ଅଭିନେତା ସତୀଶ ଶାହା। କିଡନି ଫେଲ୍ ପାଇଁ ୭୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସତୀଶଙ୍କ ବିୟୋଗରେ ପୁରା ବଲିଉଡ୍, ଟିଭି ଜଗତ ଓ କମେଡ଼ି ଦୁନିଆକୁ ବଡ଼ ଝଟକା ଲାଗିଛି। ଫିଲ୍ମ ମେକର ଅଶୋକ ପଣ୍ଡିତ ସତୀଶଙ୍କ ବିୟୋଗକୁ ନେଇ ସୂଚନା ଦେଇଛନ୍ତି। ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସତୀଶ। ସତୀଶଙ୍କ ବିୟୋଗ ଏଣ୍ଟରଟେନମେଣ୍ଟ ଦୁନିଆରେ ଅପୂରଣୀୟ କ୍ଷତି କରିଛି। ଜୁନ୍ ୨୫, ୧୯୫୧ରେ ମୁମ୍ୱାଇର ଏକ ଗୁଜୁରାଟି ପରିବାରରେ ଜନ୍ମଗ୍ରହଣ କରିଥିଲେ ସତୀଶ। ପିଲାବେଳୁ ହିଁ କେବଳ ଅଭିନୟ କରିବାକୁ ସେ ଚାହୁଁନଥିଲେ। ବରଂ କ୍ରିକେଟ ଓ ବେସବଲ ରେ ବି ବେଶ୍ ଆଗ୍ରହ ଦେଖାଉଥିଲେ। ସେ ଏଇ ଦୁଇ ଖେଳରେ ମାହିର୍ ଥିଲେ। ଆଉ ସ୍ପୋର୍ଟସ ପାଇଁ ସ୍କୁଲରେ ବି ବେଶ୍ ନାଁ କରିଥିଲେ। ସତୀଶଙ୍କ ଅଭିନୟ ଜଗତକୁ ଆସିବା ବି ଏକ ସଂଯୋଗ ଥିଲା। ଅଜିବ କାହାନୀ, ଓମରାଓ ଜାନ, ଅଲବର୍ଟ ପିଣ୍ଟୋକୋ ଗୁସା କ୍ୟାଁ ଆତା ହେ ଓ ଜାନେ ଭି ଦୋ ୟାରୋଁ ଭଳି ଫିଲ୍ମରେ ନିଜର ଖାସ୍ ପରିଚୟ ସୃଷ୍ଟି କରିପାରିଥିଲେ ସତୀଶ। ସେ ୨ଶହରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଅନେକ ଫ୍ୟାନ୍ସ ତାଙ୍କୁ ମେଁ ହୁଁ ନାଁ ଫିଲ୍ମରେ ପ୍ରଫେସର ରୋଲରେ ବେଶୀ ମନେ ପକାନ୍ତି। ଗଲା ୧୧ ବର୍ଷ ଧରି ସେ ଇଣ୍ଡଷ୍ଟ୍ରିରୁ ଦୂରରେ ଥିଲେ। ଜାନେ ଭି ଦୋ ୟାରୋଁ, ମେ ହୁଁ ନା, କଲ ହୋ ନା ହୋ, ଫନା ସମତେ ବଲିଉଡର ଅନେକ ଫିଲ୍ମରେ କେବେ ଗମ୍ଭୀର ଭୂମିକାରେ ତ କେବେ କମେଡି ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା। ସାରାଭାଇ ଭର୍ସେସ ସାରାଭାଇ ଟିଭି ସୋରେ ସେ ଘରେ ଘରେ ପରିଚିତ ଥିଲେ। ଭଗବାନ ପର୍ଶୁରାମ ଫିଲ୍ମରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ୧୯୮୧ରେ ଉମରାଓ ଜାନ ଫିଲ୍ମରେ ଦିଲାଓ୍ୱର ରୋଲରେ ସେ ବେଶ ନାଁ କମାଇଥିଲେ। ଅଧିକନ୍ତୁ ସେ ଚରିତ୍ର ଭୂମିକାରେ ଅଭିନୟ କରିଥିଲେ। ୯୦ ଦଶକରେ ହମ୍ ଆପକେ ହେ କୌନ, ଅକେଲେ ହମ୍ ଅକେଲେ ତୁମ୍, ସାଜନ ଚଲେ ଶଶୁରାଲ, ଘରଓ୍ୱାଲି-ବାହାରଓ୍ୱାଲି, ଅନାଡ଼ି ନମ୍ନର ଓ୍ୱାନ ଭଳି ଫିଲ୍ମରେ କମେଡି ରୋଲରେ ତାଙ୍କୁ ଦେଖିବାକୁ ମିଳିଥିଲା। ଶାହାରୁଖଙ୍କ ସହ ଚଲତେ ଚଲତେ, ସଲମାନଙ୍କ ସହ ମୁଝସେ ଶାଦି କରୋଗି ଓ ଅମିର ଖାନଙ୍କ ସହ ଅକେଲେ ହମ୍ ଅକେଲେ ତୁମରେ ତାଙ୍କୁ ଦେଖିଥିଲେ ଦର୍ଶକ। ଶେଷଥର ପାଇଁ ୨୦୧୪ରେ ସତୀଶ ରିଲିଜ୍ ହୋଇଥିବା ଫିଲ୍ମ ହମସକଲରେ ନଜର ଆସିିଥିଲେ। ସତୀଶ ଶାହାଙ୍କ ଶେଷ ପୋଷ୍ଟ ଥିଲା ସେ ସମୀ କପୁରଙ୍କୁ ବାର୍ଥ-ଡେ ଓ୍ୱିସ୍ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *