ମନୋରଞ୍ଜନ

ରଣବୀର କହିଲେ ତାଙ୍କ ଫଟୋ ଟାମ୍ପର ହୋଇଛି

ମୁମ୍ବାଇ: ନଗ୍ନ ଫଟୋ ସୁଟ କରି ବିବାଦରେ ଛନ୍ଦି ହୋଇପଡିଥିବା ବଲିଉଡ ଅଭିନେତା ରଣବୀର ସିଂହ ମୁମ୍ବାଇ ପୁଲିସ ନିକଟରେ ଉପସ୍ଥିତ ହୋଇଛନ୍ତି। ପୁଲିସରେ ହାଜର ହୋଇ ରଣବୀର କହିଛନ୍ତି କି, କେହି ତାଙ୍କ ଫଟୋ ସହ ଛେଡଛାଡ କରିଛି। ଏକ ମାଗାଜିନ ପାଇଁ ରଣବୀର କେତେକ ନଗ୍ନ ଫଟୋ ସୁଟ କରିବା ପରେ ବିବାଦରେ ଛନ୍ଦି ହୋଇପଡିଥିଲେ।

ନଗ୍ନ ଫଟୋ ସୁଟ ମାମଲାରେ ଗତମାସରେ ରଣବୀରଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ରଣବୀରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ମୁମ୍ବାଇ ପୁଲିସର ସୂଚନା ଅନୁଯାୟୀ ଏହି ବୟାନରେ ରଣବୀର କହିଥିଲେ କି, କେହି ତାଙ୍କ ଫଟୋକୁ ଟାମ୍ପର କରିଛି ।

ରଣବୀରଙ୍କ ନାମରେ ଜୁଲାଇ ୨୬ ତାରିଖରେ ଏଫଆଇର ରେଜିଷ୍ଟର ହୋଇଥିଲା ଚେମ୍ବୁର ପୁଲିସ ଷ୍ଟେସନରେ। ଏପରି ଫଟୋ ମାଧ୍ୟମରେ ଅଭିନେତା ମହିଳାଙ୍କ ଭାବନା ସହ ଖେଳିବାକୁ ନେଇ ଏକ ଏନଜିଓ ଅଭିଯୋଗ କରିଥିଲା।  ଏହା ଉପରେ ଅଗଷ୍ଟ ୨୯ରେ ରଣବୀରଙ୍କ ବୟାନ ରେକର୍ଡ କରାଯାଇଥିଲା।

ଏହି ମାମଲାରେ ମୁମ୍ବାଇ ପୁଲିସ ରଣବୀରଙ୍କ ବିରୋଧରେ  ଆଇପିସିର ଧାରା ୨୯୨, ୨୯୩, ୫୦୯ ପରି ଏକାଧିକ ଧାରା ଲଗାଇଛି।

Related Articles

Leave a Reply

Your email address will not be published.

Back to top button