ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ-ଜାହୀର

Spread the love

ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ। ଚଳିତ ମାସରେ ଦୁହିଁଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମ ଇଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ସୋନାକ୍ଷୀ ପ୍ରେମିକ ଜାହୀର ଇକବାଲଙ୍କୁ ଜୁନ୍ ୨୩ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖି ଆସିଛନ୍ତି।

ଯଦି ଆମେ ଦୁହିଁଙ୍କ ପ୍ରଥମ ସାକ୍ଷାତ କଥା କହିବା ତେବେ ଦୁହେଁ ସଲମାନ ଖାନଙ୍କ ଏକ ପାର୍ଟୀରେ ଭେଟିଥିଲେ। ଏବେ ବିବାହ ଖବର ସାମ୍ନାକୁ ଆସିବା ସହ ବିବାହ କାର୍ଡ ବି ଛପା ସରିଲାଣି । କାର୍ଡରେ ‘ଗୁଜବ ସତ’ ବୋଲି ଲେଖାଯାଇଥିବ‌ା ଚର୍ଚ୍ଚା ହେଉଛି। ବିବାହରେ ଦୁହିଁଙ୍କ ପରିବାର ଓ ବନ୍ଧୁଙ୍କ ସମେତ ‘ହୀରାମଣ୍ଡି’ର ପୂରା ଷ୍ଟାରକାଷ୍ଟ ଯୋଗ ଦେବେ ବୋଲି କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ସୋନାକ୍ଷୀ ଓ ଜାହୀର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *