ପରେଶ ରାଓ୍ୱଲଙ୍କ ଦି ତାଜ୍ ଷ୍ଟୋରୀ ଫିଲ୍ମ କାଲି ରିଲିଜ୍ ହେବ। ରିଲିଜ୍ ଉପରେ ରୋକ୍ ଲଗାଇବା, ଫିଲ୍ମକୁ ମିଳିଥିବା ସିବିଏଫସି ସାର୍ଟିଫିକେଟକୁ ରଦ୍ଦ କରିବା ଆବେଦନକୁ ଖାରଜ କରିଦେଲେ ଦିଲ୍ଲୀ ହାଇକୋର୍ଟ। କୋର୍ଟ ସୁପର ସେନସର ବୋର୍ଡ ନୁହେଁ ବୋଲି କହିଛନ୍ତି ବିଚାରପତି। ଏଥିଲାଗି ଆବେଦନକାରୀ ସରକାରଙ୍କୁ ଆପ୍ରୋଚ୍ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଅଦାଲତ। ସେପଟେ ରିଲିଜ୍ ନେଇ ବିବାଦ ଉଠିବା ପରେ ମୁହଁ ଖୋଲିଛନ୍ତି ପରେଶ। ପରେଶ କହିଛନ୍ତି, ଏହି ଫିଲ୍ମରେ ଅନେକ ଅଶୁଣା ଅକୁହା କାହାଣୀକୁ ଦର୍ଶକଙ୍କ ସାମ୍ନାରେ ରଖିବାକୁ ପ୍ରୟାସ କରାଯାଇଛି। ଏହି ଫିଲ୍ମ ବାସ୍ତୁକଳା ଓ ତାଜର ପରିବର୍ତ୍ତନ ଉପରେ ହୋଇଛି। ଯାହାକୁ ଏମିତି ଏକ ବ୍ୟକ୍ତିଠୁ ଉଧାର ନିଆଯାଇଥିଲା। ଯିଏ ଆଉ କାହାଠୁ ମହଲ ଉଧାରରେ ଆଣିଥିଲା। ଏଥିରେ ଲାଗିଥିବା ସମୟ, କିଛି ଧାରଣା ଓ କିଛି ଭ୍ରମ କାରଣରୁ ପ୍ରାୟ ୨୨ହଜାର ଲୋକଙ୍କ ହାତ କାଟି ଦିଆଯାଇଥିଲା। ଏ ସବୁ କଥାର ସତ ସାମ୍ନାକୁ ଏହି ଫିଲ୍ମ ଜରିଆରେ ଦେଖାଇବାକୁ ପ୍ରୟାସ ହୋଇଛି। ଏହା ଏକ ଐତିହାସିକ ଘଟଣା। ଷୋଡ଼ଶ ଶତାବ୍ଦୀରୁ ଆରମ୍ଭ ହୋଇ ଅନେକ ପୁସ୍ତକରେ ଉଲ୍ଲେଖ ରହିଛି। ଯେବେ ତାଜମହଲର ନିର୍ମାଣ ହେଉଥିଲା। କେହି ସେତେବେଳେ ସେଠାକୁ ଯାଇଥିଲେ ଆଉ ବିବରଣୀ ଲେଖିଥିଲେ। ସମୟକୁ ତାଳ ଦେଇ ଅନେକ ଜିନିଷର ଅର୍ଥ ବି ବଦଳିଯାଏ। ଏହି ଫିଲ୍ମରେ ଦର୍ଶକଙ୍କ ପାଖରେ ଏକ ସୁସ୍ଥ ବିତର୍କ ରଖିବାକୁ ଚେଷ୍ଟା ହୋଇଛି। ଅକ୍ଟୋବର ୩୧ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମକୁ ନେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ବଡ଼ ଘୋଷଣା କରିଛି। ଆଗ୍ରାର ଅନେକ ସିନେମା ହଲ୍, ମେହର ସିନେମା ହଲ୍, ସଞ୍ଜୟ ଟକିଜ୍ ସମେତ ଫିଲ୍ମର ପ୍ରଥମ ସୋ ପାଇଁ ଶହେ ଟିକଟ ମାଗଣାରେ ଦେବାକୁ ଘୋଷଣା କରିଛି। ଫିଲ୍ମକୁ ଟିକସମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଦାବି ରଖିଛି। ଯେଉଁ ଶହେ ଦର୍ଶକଙ୍କୁ ମାଗଣା ଟିକଟ ଦିଆଯିବ, ସେମାନଙ୍କର ସମସ୍ତ ଯାତାୟତ ଖର୍ଚ୍ଚ ବି ଉଠାଇବ ମହାସଭାଷ। ଅକ୍ଚୋବର ୩୧ ଅର୍ଥାତ କାଲି ଦି ତାଜ୍ ଷ୍ଟୋରୀ ସମେତ ୫ଟି ଫିଲ୍ମ ରିଲିଜ୍ ହେଉଛି। ବାହୁବଳୀ- ଦି ଏପିକ୍, ସିଙ୍ଗଲ ସଲମା, ଓ୍ନାନ ଟୁ ଚାଚା ଚା, ୧୮ ହାର୍ଟବିଟ୍ସ ବି ରିଲିଜ୍ ହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now