ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡେକର ଏବେ ଚର୍ଚ୍ଚାରେ । ବର୍ତ୍ତମାନ ତାଙ୍କ ବିଷୟରେ ଚର୍ଚ୍ଚା ହେଉଛି ଯେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେଇଛି । ଅଭିନେତ୍ରୀ ବିବାହର ୮ ବର୍ଷ ପରେ ଛାଡପତ୍ର ମାମଲା ଦାୟର କରିଛନ୍ତି । ସେ କାଶ୍ମୀର ର ସ୍ବାମୀ ମୋହସିନ ଅଖତର ମୀରଙ୍କ ଠାରୁ ଛାଡପତ୍ର ନେଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି ଖବର ସମ୍ପର୍କ ରେ ଅଭିନେତ୍ରୀ ଙ୍କ ଠାରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଆସିନାହିଁ ।
ଉର୍ମିଳା ଏବଂ ମୋହନସିନ ଙ୍କ ମଧ୍ୟରେ ୧୦ ବର୍ଷ ର ବୟସ ପାର୍ଥକ୍ୟ ଅଛି । ଦୁହେଁ ୨୦୧୬ ରେ ବିବାହ କରିଥିଲେ । ବିଶେଷ ସୂତ୍ରରୁ ପ୍ରକାଶ ଯେ ଉର୍ମିଳା ବିବାହରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସେ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି । ତେବେ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଉର୍ମିଳା ଓ ମୋହସନି ୪ ଫେବୃଆରୀ ୨୦୧୬ ରେ ବିବାହ କରିଥିଲେ । ସେତବେଳେ ଉର୍ମିଳାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ । କାରଣ ସେ ୪୨ ବର୍ଷ ବୟସରେ ସେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ଯିଏ ତାଙ୍କ ଠାରୁ ୧୦ ବର୍ଷ ସାନ ଥିଲେ । ଏପରିକି ଧର୍ମ ମଧ୍ୟ ଅଲଗା ଅଲଗା ଥିଲା। ବ୍ୟବସାୟୀ ତଥା ମଡେଲ ମୋହସିନ୍ କାଶ୍ମୀରର ବାସିନ୍ଦା । ୨୦୧୪ରେ ମନୀଷ ମଲହୋତ୍ରାଙ୍କ ଭଣଜାଙ୍କ ବିବାହରେ ଦୁହେଁ ସାକ୍ଷାତ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ପରେ ଦୁହେଁ ପ୍ରେମରେ ପଡିଥିଲେ । ଏହା ପରେ ଦୁହେଁ ଅମୃତସରର ସ୍ଵର୍ଣ୍ଣ ମନ୍ଦିରକୁ ଯାଇ ବିବାହ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now