‘ୟେ ଜୱାନୀ ହେ ଦୀୱାନୀ’ଚଳଚ୍ଚିତ୍ରକୁ ଛୁଇଁଲା ୧୧ ବର୍ଷ

୨୦୧୩ ମସିହର ଏକ ସୁପରହିଟ୍ ଚଳଚିତ୍ର ଥିଲା ଆୟାନ୍ ମୁଖାର୍ଜୀଙ୍କ ନିଦ୍ଦେର୍ଶିତ ରୋମାଣ୍ଟିକ୍-କମେଡି ଡ୍ରାମା ”ୟେ ଜୱାନୀ ହେ ଦୀୱାନୀ” ।ଗତକାଲି ଏହି ଚଳଚ୍ଚିତ୍ରକୁ ୧୧ ବର୍ଷ ଛୁଇଁଲା ଏବଂ ନିର୍ମାତାମାନେ ଏହି ଚଳଚ୍ଚିତ୍ର ସହିତ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରି ଫ୍ରଶଂସକଙ୍କ ସ୍ମୃତିକୁ ମନେପକାଇ ଦେଇଛନ୍ତି ।

ୟେ ଜୱାନୀ ହେ ଦୀୱାନୀ’ ର କାହାଣୀ ଏବଂ ଚରିତ୍ର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ।ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ଦୀପିକା ପାଦୁକୋନଙ୍କ ଯୋଡି ମଧ୍ୟ ସୁପର ହିଟ୍ ହୋଇଥିଲା ।

ଏହି ଚଳଚ୍ଚିତ୍ରରେ ରଣବୀର କପୁର ,ଦୀପିକା ପାଦୁକୋନ୍, ଆଦିତ୍ୟ ରୟ କପୁର୍, କୁନାଲ ରୟ, ଫାରୁକ୍ ଶେଖ ଏବଂ ତନଭି ଆଜମୀ ଆୟାନ ମୁଖାର୍ଜୀଙ୍କ ନିଦ୍ଦେର୍ଶିତ ‘ୟେ ଜୱାନୀ ହେ ଦିୱାନୀରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବାସ୍ତବରେ ଡିସେମ୍ବର ୨୩ ରେ ଧର୍ମ ପ୍ରଡକ୍ସନର ଇନଷ୍ଟାଗ୍ରାମ ଆକାଉଣ୍ଟରେ ”ୟେ ଜୱାନୀ ହେ ଦିୱାନୀ” ସହ ଜଡିତ ଥିବା ଏକ ପୋଷ୍ଟ ସେୟାର କରାଯାଇଥିଲା । ଫିଲ୍ମର ଏକ ସିନରୁ ନିଆଯାଇଥିବା ଫଟୋରେ ରଣବୀର କପୁର, ଦୀପିକା ପାଦୁକୋନ୍, ଅଦିତୀ ଏବଂ ଅବିନାସ୍ ପାହାଡ ଉଚ୍ଚତାରେ ଛିଡାହୋଇ ଚିଲାଇବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାସହ ସେମାନଙ୍କର ଚେହେରା ଦେଖାଯାଉ ନାହିଁ । ଯାହାକୁ ଦେଖି ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *