ୟୁଟ୍ୟୁବରଙ୍କ ପାଇଁ ଆସିଲା ନୂଆ ନିୟମ। ୟୁଟ୍ୟବରେ ଯଦି କେହି ଭିଡିଓ କରୁଛନ୍ତି ତାହେଲେ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଥମ୍ୱନେଲ୍ ବ୍ୟବହାର କରୁଥିବା ଭିଡିଓରେ ୟୁଟ୍ୟୁବ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଟାଇଟଲ୍ କିମ୍ୱା ଥମ୍ୱନେଲ୍ ଭିଡିଓର ଷ୍ଟୋରୀ ସହିତ ମେଳ ଖାଉ ନ ଥିବା ସେଭଳି ଭିଡିଓ କରୁଥିବା ଲୋକଙ୍କ ପାଇଁ ୟୁଟ୍ୟୁବ ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯିବ। ଯାହାକି ଆସନ୍ତା ମାସରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ବୋଲି ୟୁଟ୍ୟବ ପକ୍ଷରୁ ସୂଚନା ଦିଆଯାଇଛି।
ବିଭିନ୍ନ ବର୍ଗର ଲୋକମାନେ ୟୁଟ୍ୟବରେ ଲକ୍ଷ ଲକ୍ଷ ଚ୍ୟାନେଲ କରି ଅଧିକ ପରିମାଣର ଅର୍ଥ ଉପାର୍ଜନ କରୁଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ୟୁଟ୍ୟୁବରୁ ରୋଜଗାର କରିବା ପାଇଁ ଚ୍ୟାନେଲ ତିଆରି କରି ବିଭିନ୍ନ ପ୍ରକାରର କୌଶଳ ଅବଲମ୍ୱନ କରି ଲୋକଙ୍କୁ ଆକର୍ଷିତ କରିଥାନ୍ତି। ଅନେକ ଉପଭୋକ୍ତା ୟୁଟ୍ୟବ ଭିଡିଓଗୁଡିକରେ ଏକ ଥମ୍ୱନେଲ୍ କିମ୍ୱା ଟାଇଟଲ ଦେଇଥାନ୍ତି। ଯାହା ଷ୍ଟୋରୀଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ତେବେ ଏହାରି ଉପରେ ୟୁଟ୍ୟବ ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ୟୁଟ୍ୟୁବ ଏହାର ବ୍ଲଗ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି ଯେ ଖୁବଶୀଘ୍ର ଏଭଳି ଭିଡିଓ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ୟୁଟ୍ୟୁବ ଚ୍ୟାନେଲ ବିରୁଦ୍ଧରେ ଷ୍ଟ୍ରାଇକ ନ କରି ଭିଡିଓକୁ କରାଯିବ ଡିଲିଟ। ତେବେ ଥମ୍ୱନେଲ୍ କିମ୍ୱା ଟାଇଟଲ ହେଉଛି ବିଷୟବସ୍ତୁ ଉପରେ ସୂଚନା ଦେଇଥାଏ। ଯାହା ଦର୍ଶକମାନକୁ ଦ୍ୱନ୍ଦରେ ପକାଇନଥାଏ। ସେପଟେ ଭୁଲ ଟାଇଟଲ ଦେଖି ଷ୍ଟୋରୀ ଭିତରକୁ ଯାଇ ସେଭଳି ତଥ୍ୟ ନ ପାଇ ଶେଷରେ ନିରାଷ ହେବାର ନଜିର ରହଛି। ଯାହାକୁ ନେଇ ଏକ ବଡ ପଦକ୍ଷେପ ଗ୍ରହଣ କରିବ ୟୁଟ୍ୟବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now