ଅକୋଲାରେ ହିଂସା : ଜଣେ ମୃତ, ଜାରୀ ହେଲା ୧୪୪ ଧାରା

Spread the love

ମୁମ୍ବାଇ : ମହାରାଷ୍ଟ୍ରର ଅକୋଲାର ପୁରୁଣା ସହର ଅଂଚଳରେ ଶନିବାର ବିଳମ୍ବିତ ରାତିରେ ବିବାଦୀୟ ପୋଷ୍ଟକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରଥମେ ମାରପିଟ୍ ଆରମ୍ଭ ହୋଇଥିଲା । ଏହାପରେ ପଥର ମାଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣ ପୋଲିସ କର୍ମୀ ରହିଛନ୍ତି । ରାମଦାସ ପେଠ ଥାନାର ପୋଲିସ ଟିମ୍ ଏହି ମାମଲାରେ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ପୋଜତକୁ ନେଇଛି । ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅକୋଲାର ପୋଲିସ ଅଧିକ୍ଷକ ସନ୍ଦୀପ ଘୁଗେ କହିଛନ୍ତି ଯେ, ସହରରେ ୧୪୪ ଧାରା ଜାରୀ କରାଯାଇଛି । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଷ୍ଟେଟ ରିଜର୍ଭ ଫୋର୍ସର ଦୁଇ ୟୁନିଟ୍ କୁ ସେଠାରେ ମୁତୟନ କରାଯାଇଛି ।    

Leave a Reply

Your email address will not be published. Required fields are marked *