ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଗଲେ ମହିଳା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଗାଁ ମଶାଣିରେ ସମ୍ପନ୍ନ ହେଲା ଶେଷକୃତ୍ୟ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ କୋଡ଼ଖମଣ ଗାଁର ଲତା ମହାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଯକୃତ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ମୃତ୍ୟୁ ପରେ ମଧ୍ୟ ଅନ୍ୟଜଣଙ୍କ ଜୀବନ ବଞ୍ଚାଇ ଲତା ମହାନ୍ତ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଗାଁର କୁଳମଣି ମହାନ୍ତଙ୍କ ସ୍ତ୍ରୀ ଲତା ମହାନ୍ତଙ୍କର ଗତ ୧୮ ତାରିଖରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ତାଙ୍କୁ ଭୁବନେଶ୍ଵରସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିବା ପରେ ପରିବାର ଲୋକଙ୍କ ସହମତିରେ ଲତାଙ୍କର ଯକୃତ ଦାନ କରାଯାଇଥିଲା । ଆଜି ଗାଁ ମଶାଣିରେ ଲତାଙ୍କର ମର ଶରୀର ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ଚମ୍ପୁଆ ଏସଡିପିଓ ଉପସ୍ଥିତ ରହି ଲତାଙ୍କୁ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ପରିବାର ଲୋକଙ୍କର ଏଭଳି ନିଷ୍ପତ୍ତିକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now