କଲରାପତରିଆ ବାଘ ଆକ୍ରମଣରେ ଦୁଇ ଗୁରୁତର

କଲରାପତରିଆ ବାଘ ଆକ୍ରମଣରେ ଦୁଇ ଜଣ ଗୁରୁତର । ଗୁମି ସଂରକ୍ଷିତ ଜଙ୍ଗଲର କରଚୁଲି ଏବଂ ସୁଡ଼ଙ୍ଗି ଗାଁ ନିକଟରେ କରିଛି ଆକ୍ରମଣ । ଦୁଇ ଗୁରୁତର ନୟାଗଡ ମେଡିକାଲରେ ଭର୍ତ୍ତି । ଦୁଇ ଗୁରୁତର ହେଲେ କରଚୁଲି ଗାଁର ପ୍ରମୋଦ ଗୁରୁ ଏବଂ ସୁଡଙ୍ଗି  ଗାଁର  ସାଜୁ ନାୟକ । ଗତକାଲି ପ୍ରମୋଦ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରି ଘରପାଖରେ  ପହଞ୍ଚିବା ସମୟରେ ବାଘ ହଠାତ୍ ପଛପଟୁ ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କର ଦୁଇହାତ ଏବଂ ମୁଣ୍ଡକୁ ବାଘ ଆକ୍ରମଣ କରିଛି । ପ୍ରମୋଦଙ୍କ ପାଟି ଶୁଣି ଗ୍ରାମର ଲୋକମାନେ ଆସିଯିବାରୁ ବାଘ ସ୍ଥାନ ଛାଡି ପଳାଇଯାଇଥିଲା । ସେହି ବାଘଟି କିଛି ସମୟ ପରେ ପାଖ ଗାଁ ସୁଡୁଙ୍ଗି ଗାଁର ସାଜୁ ଘର ସାମ୍ନାରେ ବସିଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲା । ସାଜୁ ମଧ୍ୟ  ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପରିବାର ଲୋକେ ନୟାଗଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ବାଘ ଆକ୍ରମଣକୁ ଡିଏଫଓ ସ୍ବୀକାର କରିଥିବାବେଳେ ଆଖପାଖରେ ଲୋକମାନେ ସଜାଗ ରହିବାକୁ ଅନୁରୋଧ କରିଛନ୍ତି । ବନବିଭାଗ ପକ୍ଷରୁ ପ୍ରେଟ୍ରୋଲିଂ ବୃଦ୍ଧି ପାଇଛି। ଆହତ ୨ ବ୍ୟକ୍ତିଙ୍କୁ ସରକାରୀ ସହାୟତା ଦିଆଯିବା ସହ ଜ଼ିଲ୍ଲାବାସୀ ଭୟଭୀତ ନ ହେବା ପାଇଁ ନୟାଗଡ DFO କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *