ଡ୍ରଗ୍ସ ସପ୍ଲାଏ ମାମଲା- ଅଭିନେତ୍ରୀ ରାଗିଣୀ ନିର୍ଦୋଷ!

ଡ୍ରଗ୍ସ ସପ୍ଲାଏ ମାମଲାରେ କନ୍ନଡ଼ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ବଡ଼ ଆଶ୍ୱସ୍ତ। କର୍ଣ୍ଣାଟକ ହାଇକୋର୍ଟ ରାଗିଣୀଙ୍କ ବିରୁଦ୍ଧରେ ଚାଲିଥିବା କ୍ରିମିନାଲ ପ୍ରୋସିଡିଂକୁ ରଦ୍ଦ କରିଛନ୍ତି। ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛନ୍ତି ରାଗିଣୀ। ବିଭିନ୍ନ ପାର୍ଟି ଓ ଇଭେଣ୍ଟରେ ନିଶା ଯୋଗାଉଥିବା ମାମଲାରେ ସହ ଅଭିଯୁକ୍ତ ଥିଲେ ଅଭିନେତ୍ରୀ ରାଗିଣୀ। ରାଗିଣୀଙ୍କୁ ପୁଲିସ ଗିରଫ କରିଥିଲା। ଅଭିଯୋଗ ଥିଲା ଯେ, ତାଙ୍କ ଦ୍ୱାରା ଆୟୋଜିତ ପାର୍ଟି ଓ ଇଭେଣ୍ଟରେ ସେ ଡ୍ରଗ୍ସ ସପ୍ଲାଏ କରୁଛନ୍ତି। ନାର୍କୋଟିକ୍ ଡ୍ରଗ୍ସ ଓ ସାଇକୋଟ୍ରପିକ ସବଷ୍ଟାନ୍ସ ଆକ୍ଟ, ୧୯୮୫ରେ ମାମଲା ହୋଇଥିଲା। ୨୦୨୦ରେ ଏତଲା ହୋଇଥିଲା। ଜୁଲାଇ ୫, ଜୁଲାଇ ୮ ଓ ଜୁଲାଇ ୧୭ରେ ହୋଇଥିବା ୩ଟି ପାର୍ଟିରେ ନିଶାସାମଗ୍ରୀ ଯୋଗାଇଥିଲେ କୁଆଡ଼େ ରାଗିଣୀ। ଫାଇନାଲ ଚାର୍ଜସିଟ୍ ଜୁନ୍ ୮, ୨୦୨୧ରେ ହୋଇଥିଲା। ରାଗିଣୀ ଓ ତାଙ୍କ ସହ ଅନ୍ୟତମ ଅଭିନେତ୍ରୀ ସଞ୍ଜନା ଗଲରାନି ଡ୍ରଗ୍ସ ରାକେଟରେ ସାମିଲ୍ ନେଇ ଅଭିଯୋଗ ଥିଲା। ଉଭୟ ଅଭିନେତ୍ରୀ ଗିରଫ ହୋଇ ବେଶ୍ ସମୟ ଜେଲରେ କାଟିଥିଲେ। ଅଭିଯୁକ୍ତ ନମ୍ୱର ଏକ କୁହାଯାଉଥିବା ବ୍ୟକ୍ତି ଜଣକ ଜଣେ ରିଅଲ ଇଷ୍ଟେଟ ବ୍ୟବସାୟୀ ଥିଲେ। ରାଗିଣୀଙ୍କ ବନ୍ଧୁ ଥିଲେ। ଯିଏ ବହୁ ବ୍ୟବସାୟୀ ଓ ଯୁବକଙ୍କୁ ତାଙ୍କ ସହ ପାର୍ଟିରେ ଭେଟାଉଥିଲେ। ଆଉ ସେହି ପାର୍ଟିରେ ନିଶା ଯୋଗାଉଥିଲେ ବୋଲି ଆରୋପ ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *