ଆଜିକାଲି ପ୍ରାୟ ଲୋକ ଅନଲାଇନ କ୍ୟାବ ସର୍ଭିସ ଉପରେ ନିର୍ଭର କରୁଛନ୍ତି । କାର, ଅଟୋ, ବାଇକ ସବୁ ସୁବିଧା ସେ ସଂସ୍ଥାମାନେ ଯୋଗାଉଛନ୍ତି । କିନ୍ତୁ ଅନେକ ସମୟରେ ସେବା ଯୋଗାଣ ବେଳେ ଗ୍ରାହକ ଆର୍ଥିକ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଯାହାକୁ କେନ୍ଦ୍ର କରି ନିକଟରେ କେନ୍ଦ୍ର ସରକାର ଏ କ୍ଷେତ୍ରରେ କାମ କରୁଥିବା ଦୁଇ ପ୍ରମୁଖ କମ୍ପାନୀ ଯଥା ଓଲା ଓ ଉବରକୁ ନୋଟିସ କରିଛନ୍ତି । ଭିନ୍ନ ଭିନ୍ନ ଫୋନ ବ୍ୟବହାରକାରୀଙ୍କୁ ରେଟ୍ ଭିନ୍ନ ଆସୁଥିବା କଥା ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ଲେଖିଛନ୍ତି । ଉପଭୋକ୍ତାର ମୋବାଇଲ ଆଣ୍ଡ୍ରଏଡ୍ କିମ୍ୱା ଆଇଫୋନ ହେଲେ ଗୋଟିଏ ସ୍ଥାନକୁ ଯିବା ଆସିବା ରେଟ୍ କାହିଁକି ଭିନ୍ନ ହେଉଛି । ସେଥିପାଇଁ ସରକାର ୨ଟି ଯାକ କମ୍ପାନୀକୁ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ମାଧ୍ୟମରେ ନୋଟିସ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଗ୍ରାହକ ଶୋଷଣ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି ତେଣୁ ଏହାର ତଦନ୍ତ କରାଯିବ । ଡିସେମ୍ୱର ୨୦୨୪ରେ ଜଣେ ଉପଭୋକ୍ତା ଦୁଇଟି ଭିନ୍ନ ଫୋନରୁ ଉବର କ୍ୟାବ ବୁକ କରି କିଭଳି ଭିନ୍ନ ଭିନ୍ନ ଭଡା ଦର୍ଶାଉଥିଲା ତାର ସ୍କ୍ରିନ ସଟ୍ ଏକ୍ସରେ ଅପଲୋଡ କରିଥିଲେ। ଯାହା ପରେ ଉବର ଅଭିଯୋଗକୁ ଖଣ୍ଡନ କରିଥିଲା । କିନ୍ତୁ ସେଭଳି ଅଭିଯୋଗ ବଢୁଥିବାରୁ ଦୁଇ କମ୍ପାନୀକୁ ଜବାବ ଦେବା ପାଇଁ ନୋଟିସ ହୋଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now