ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋରିଆପାଳ ଗାଁରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା। ମୃତକ ରାଇବୋଲ ପଞ୍ଚାୟତ ଅନ୍ତର୍ଗତ କୋରିଆପାଳ ଗାଁର ବିଦ୍ୟାଧର ଦେହୁରୀ। ବିଦ୍ୟାଧର ଗାଁ ପାଖ ନାଳ ନିକଟକୁ ଗାଧୋଇବାକୁ ଯାଉଥିବା ବେଳେ ଶୁଣ୍ଢରେ କଚାଡି ଦଳି ଦେଇଥିଲା ହାତୀ । ଫଳରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ପରିବାର ଲୋକେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୋଠ ଛଡା ଦନ୍ତା ହାତୀଟି ଯାଜପୁର ସୁକିନ୍ଦା ଅଂଚଳରୁ ଚାଲି ଆସି ଭୁବନ କଙ୍କଣ ଅଞ୍ଚଳରେ ଦୁଇ ଦିନ ହେବ ଆତଙ୍କ ସୃଷ୍ଟି କରିଥିଲା। ତେବେ ହାତୀ ଆକ୍ରମଣକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେପଟେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଫରେଷ୍ଟର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *