ଭାରତ ହୋଇପାରିବନି ହିନ୍ଦୁ ରାଷ୍ଟ୍ର!

ଭାରତକୁ କଦାପି ହିନ୍ଦୁ ରାଷ୍ଟ୍ର କରିହେବନି। ଭାରତର ସମ୍ୱିଧାନରେ ଯେପର୍ଯ୍ୟନ୍ତ ଧର୍ମନିରପେକ୍ଷତା ଶବ୍ଦ ଥିବ, ସେ ପର୍ଯ୍ୟନ୍ତ ଏହା ଅସମ୍ଭବ। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଇନ୍ଦିରା ଜୟିସିଂ ଏହା କହିଛନ୍ତି। ସମ୍ୱିଧାନ ଅନୁସାରେ ହିଁ ସମସ୍ତ ବ୍ୟକ୍ତିଙ୍କ ଅନ୍ତରାତ୍ମା ଓ ଧର୍ମ ସ୍ୱତନ୍ତ୍ରତାର ଅଧିକାର ସୁରକ୍ଷିତ ଅଟେ। କିନ୍ତୁ ଅବଶୋଷ ଲୋକେ ଅଧିକ ଧର୍ମକୁ ଧ୍ୟାନକୈନ୍ଦ୍ରିକ କରି ବିବେକକୁ ନଜରଅନ୍ଦାଜ କରିଦେଉଛନ୍ତି। ସେଥିଲାଗି ରାମ ଭାରତର ବିଚାର ନୁହଁନ୍ତି। ସମ୍ୱିଧାନ ହିଁ ଭାରତର ବିଚାର। ଧର୍ମନିରପେକ୍ଷ ସମ୍ୱିଧାନ ଅନୁସାରେ ଭାରତକୁ କେବେ ବି ହିନ୍ଦୁ ରାଷ୍ଟ୍ର କରିହେବନି।ଏବେ ସମ୍ୱିଧାନ ଓ ଧର୍ମନିରପେକ୍ଷତା ଭଳି ମୂଲ୍ୟବୋଧ ଅନେକ ବିପଦର ସମ୍ମୁଖୀନ ହେଉଛି। ସମ୍ୱିଧାନକୁ ବଞ୍ଚାଇ ରଖିବାକୁ ହେଲେ ନ୍ୟାୟପାଳିକା ନିଜର କର୍ତ୍ତବ୍ୟ ନିର୍ବାହ କରିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି ଇନ୍ଦିରା।

ନାଗରିକଙ୍କ ମୌଳିକ ଅଧିକାରକୁ ସମ୍ୱିଧାନ ସୁରକ୍ଷା ଦେଇଥାଏ। କିନ୍ତୁ ବିଡ଼ମ୍ୱନା। ଏବେ ସମ୍ୱିଧାନକୁ ରଦ୍ଦ କରିବାକୁ ଦାବି ହେଲାଣି। ଆଜିକା ଦିନରେ କୁହାଗଲାଣି, ସମ୍ୱିଧାନକୁ କେବଳ ଦିଶାନିର୍ଦେଶ ଲାଗି ବ୍ୟବହାର କରାଯାଉ। କିନ୍ତୁ ମନେ ରଖିବାକୁ ପଡ଼ିବ ଯେ, ସମ୍ୱିଧାନ ସେ ସମସ୍ତ ଲୋକଙ୍କ ଲାଗି ବିଲ ବାଧ୍ୟ ମାନଦଣ୍ଡ ଅଟେ। ଯେଉଁମାନେ ସାମ୍ୱିଧାନିକ ଶକ୍ତିର ପଦପଦବୀରେ ବସିଛନ୍ତି। ନ୍ୟାୟପାଳିକାକୁ ନାଗରିକଙ୍କ ଅଧିକାରର ସଂରକ୍ଷକ ବୋଲି କୁହାଯାଏ। କିନ୍ତୁ ଏବେ ବିଚାର କରିବାର ସମୟ ଆସିଛି- ସତରେ କଅଣ ଏହି ଭୂମିକାକୁ ନ୍ୟାୟପାଳିକା ସଫଳତାପୂର୍ବକ ନିର୍ବାହ କରୁଛି। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଗଲା ବର୍ଷ ମୂଳ ସମ୍ୱିଧାନରେ ରାମଙ୍କ ଚିତ୍ର ଉପରେ ଦେଇଥିବା ଟିପ୍ପଣୀକୁ ନେଇ ବି ଆପତ୍ତି ଉଠାଇଛନ୍ତି ଇନ୍ଦିରା।ହିନ୍ଦୁ ଭଗବାନ ରାମଙ୍କ ଚିତ୍ର ଥିବା ସଂସ୍ଥାପକରେ ଦସ୍ତଖତ କରି ଜଗଦୀପ କହିଥିଲେ, ଏହା ମୂଳ ସମ୍ୱିଧାନ ଅଟେ। ପିଲାଙ୍କ ଭିତରେ ପ୍ରସାର କରାଯିବା ଦରକାର ଯେ, ଭାରତର ମୂଳ ସମ୍ୱିଧାନରେ ରାମ ଅଛନ୍ତି। ଯାହାକୁ କାଉଣ୍ଟର କରି ଇନ୍ଦିରା କହିଛନ୍ତି, ମୂଳ ସମ୍ୱିଧାନ କଅଣ, ତାକୁ ତର୍ଜମା କରିବାକୁ ପଡ଼ିବ।

ନ୍ୟାୟପାଳିକା ସେ ସବୁ ବ୍ୟକ୍ତିଗତ ଆଇନକୁ ରଦ୍ଦ କରିବାକୁ ଅନିଛୁକ। ଯାହା ସମ୍ୱିଧାନ ଲାଗୁ ପରେ ବି ଏବେ ବି ଲାଗୁ ହେଉଛି ବୋଲି କ୍ଷୋଭ ଝାଡ଼ିଛନ୍ତି ଇନ୍ଦିରା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *