ମହିଳା ଆଇଆଇସିଙ୍କୁ ପିଟିଲେ…ଭିଡ଼ିଓ କରି ବନ୍ଧା ହେଲେ

 ମହିଳା ଥାନା ଅଧିକାରୀଙ୍କୁ ସର୍ବସମ୍ମୁଖରେ ମାଡ଼ ମାରି ଏହାର ଭିଡ଼ିଓ ଉତ୍ତୋଳନକୁ ନେଇ ହଙ୍ଗମା ହୋଇଛି। ଫସିଛନ୍ତି ମାଡ଼ ଖାଇଥିବା ଥାନା ଅଧିକାରୀ ଓ ମାଡ଼ ମାରିଥିବା ଆଉ ଜଣେ ଇନ୍ସପେକ୍ଟରଙ୍କ ପରିବାର। ଉତ୍ତରପ୍ରଦେଶର ଆଗ୍ରା ଥାନା ପରିସରରେ ଘଟିଥିବା ଏଭଳି ଅଭାବନୀୟ ଘଟଣା ଲାଗି ସରକାର ଦୃଷ୍ଟାନ୍ତମୂଳକ ଆକ୍ସନ ନେଇଛନ୍ତି। ଥାନାରେ ଉପସ୍ଥିତ କର୍ମଚାରୀଙ୍କୁ ବି ନିଲମ୍ୱନ ସହ ଲାଇନ ହାଜିରା ଦେବାକୁ କୁହାଯାଇଛି।

ହାଇ ଭୋଲଟେଜ୍ ଡ୍ରାମା। ଥାନା ପରିସର ଭିତରେ ମହିଳା ଇନ୍ସପେକ୍ଟରଙ୍କୁ କ୍ୱାର୍ଟର ଭିତରୁ ଟାଣିଆଣି ସର୍ବସମ୍ମୁଖରେ ପିଟିଲେ ଆଉ ଜଣେ ଇନ୍ସପେକ୍ଟରଙ୍କ ପରିବାର। ମାଡ଼ ଖାଉଥିବା ବେଳେ ଚାଲିଥିଲା ଭିଡ଼ିଓ ଉତ୍ତୋଳନ ଓ ମିଡିଆକୁ ଡାକି କଭରେଜ୍। ୟୁପିର ଆଗ୍ରାରେ ଥିବା ଏକ ଥାନା ପରିସରରେ ଏମିତି ଅଭାବନୀୟ ଘଟଣା ଲାଗି ଉଭୟ ଥାନା ବାବୁଙ୍କୁ ମହଙ୍ଗା ପଡ଼ିଛି। ଘଟଣା ଥିଲା କିଛି ଏମିତି। ଶନିବାର ଅପରାହ୍ନ ୪ଟା। ମହିଳା ଇନ୍ସପେକ୍ଟର ଶୈଳୀ ରାଣା ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟସରେ ଅନ୍ୟ ଜଣେ ଇନ୍ସପେକ୍ଟର ପଓ୍ୱନ ନାଗରଙ୍କ ସହ ଥିଲେ। ଅଚାନକ ଶୈଳୀଙ୍କ କ୍ୱାର୍ଟସରେ ପଓ୍ୱନ ନାଗରଙ୍କ ପତ୍ନୀ ଗୀତା, ତାଙ୍କ ପୁଅ ଅଧିରାଜ, ଶାଳକ ଜ୍ୱାଲା ସିଂ ଓ ତାଙ୍କ ପତ୍ନୀ ସୋନିକା ପହଞ୍ଚି କବାଟ ବାଡ଼େଇଥିଲେ। କବାଟ ଶୈଳୀ ନ ଖୋଲିବାରୁ କବାଟ ଭାଙ୍ଗିଥିଲେ ଏମାନେ। ପଓ୍ୱନ ଓ ଶୈଳୀଙ୍କୁ ପତ୍ନୀ ଓ ଭାଉଜ ଶୈଳୀଙ୍କୁ ଟାଣି ଟାଣି ପଦାକୁ ଆଣି ସର୍ବସମ୍ମୁଖରେ ଦୁହିଁଙ୍କୁ ମାଡ଼ ମାରିଥିଲେ। ଏଭଳି ଆକ୍ରମଣରୁ ହୋହଲ୍ଲା ବ୍ୟସ୍ତ ଥିଲା ବେଳେ ଏହାକୁ ଛଡ଼ାଇବା ଓ ରୋକିବା ବଦଳରେ ଉପସ୍ଥିତ ଅନେକ ପୁଲିସ କର୍ମଚାରୀ ଏହାର ଭିଡ଼ିଓ ଉତ୍ତୋଳନ କରିବାକୁ ଲାଗିଥିଲେ। ପୁଲିସ ନୀରବ ତ ରହିଲା। ପାଲଟା ଘଟଣାର ଭିଡ଼ିଓ ଉଠାଇ ମଜା ନେଉଥିଲେ ଅନେକ କର୍ମଚାରୀ। ଏଭଳି ଘଟଣାକୁ ନେଇ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏସିପି ସୁକନ୍ୟାଙ୍କୁ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ତଦନ୍ତ ପରେ ଥାନାଧିକାରୀ ବିଶାଳ ବି ହରିକେଷଙ୍କୁ ଚାକିରୀରୁ ନିଲମ୍ୱିତ କରାଯାଇଛି। ଏହା ସହ ହାବିଲଦାର, ମହିଳା ଥାନାର କନଷ୍ଟେବଳ, ସିପାହୀ, ଡ୍ରାଇଭରଙ୍କୁ ମିଶାଇ ୬ ଜଣଙ୍କୁ ଲାଇନ ହାଜିରା କରାଯାଇଛି। ଘଟଣାସ୍ଥଳରେ ଥିବା ହୋମଗାର୍ଡଙ୍କ ବିରୁଦ୍ଧରେ ବି ରିପୋର୍ଟ ଦିଆଯାଇଛି। କିଛି ରିପୋର୍ଟରଙ୍କ ନାଁ ବି ସାମିଲ୍ କରାଯାଇଛି। ଯେଉଁମାନଙ୍କ ନାଁ ଦର୍ଶାଯାଇଛି, ସେମାନଙ୍କୁ ଅନ୍ୟାନ୍ୟ ଭାବେ ଅଭିହିତ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି, ଶୈଳୀ ରାଣା ଓ ପଓ୍ୱନ ନାଗର ପୂର୍ବରୁ ସାଙ୍ଗରେ ନୋଏଡ଼ା ଜିଲ୍ଲାରେ ନିୟୋଜିତ ଥିଲେ। ଦୁଇ ଇନ୍ସପେକ୍ଚରଙ୍କ ଭିତରେ ସେବେଠୁ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଦୁ଼୍ଇ ଜଣଙ୍କର ଅଲଗା ଅଲଗା ଜାଗାକୁ ବଦଳି ହୋଇଥିଲା। ପଓ୍ୱନ ନାଗରଙ୍କୁ ମୁଜାଫରନଗର ଭିଜିଲାନ୍ସ ବିଭାଗକୁ ବଦଳି ହୋଇଥିଲା ବେଳେ ଶୈଳୀଙ୍କୁ ଆଗ୍ରା ବଦଳି କରାଯାଇଥିଲା। ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା। ଯାହାକୁ ନେଇ ପଓ୍ୱନଙ୍କ ପରିବାର ଭିତରେ ଝଡ଼ ସୃଷ୍ଟି ହୋଇଥିଲା। କିନ୍ତୁ ଉଭୟଙ୍କ ଭିତରେ ଚାଲିଥିବା ଗୋପନ ପ୍ରେମ ଅଟକିନଥିଲା। ଯାହାକୁ ନେଇ ଏତେ ବଡ଼ ତୁମ୍ୱିତୋଫାନ ହୋଇଥିଲା। ରକାବଙ୍ଗଜ ଥାନାର ମହିଳା ଇନ୍ସପେକ୍ଟର ଶୈଳୀ ରାଣାଙ୍କୁ ଚାକିରୀରୁ ନିଲମ୍ୱନ କରାଯାଇଥିଲା ବେଳେ ପଓ୍ୱନ ନାଗରଙ୍କ ପରିବାରକୁ ଜେଲରେ ପୁରାଇଦେଇଛି ପ୍ରଶାସନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *