ମୋ ପୁଅକୁ ବଞ୍ଚାଇ ଦିଅ…

 ଖେଳକୁଦ, ପାଠପଢା ବୟସରେ କର୍କଟ ରୋଗରେ ପିଡୀତ ହୋଇ ବିଛଣାରେ ପଡି ରହିଛି ଘରର ଏକମାତ୍ର ୧୧ବର୍ଷର ପୁଅ। ଅର୍ଥାଭାବ ଯୋଗୁଁ ଚିକିତ୍ସା ହୋଇନପାରି ବିଛଣାରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ, ପୁଅ ର ଜୀବନ ବଞ୍ଚାଇବା ପାଇଁ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ବାପା ମା।  ଆମ ପୁଅଙ୍କୁ ବଞ୍ଚାଇ ଦିଅନ୍ତୁ ଆଜ୍ଞା, ଆପଣ ମାନେ ଚାହିଁଲେ ପୁଅର ଜୀବନ ବଞ୍ଚାଇ ପାରିବେ। ବହୁତ ଚେଷ୍ଟା କରି ନିରାଶ ହେବାପରେ ଶେଷରେ ନେହୁରା ହେଉଛୁ , ଆମ ପାଖରେ ସମ୍ବଳ ବୋଲି ଆଉ କିଛି ନାହିଁ।  ସବୁକିଛି ହରାଇ ସର୍ବସ୍ବାନ୍ତ ହୋଇ ଆପଣ ମାନଙ୍କ ସାହାଯ୍ୟ ଲୋଡୁଛୁ।  ଏମିତି କାନ୍ଦି କାନ୍ଦି ବାପା ମା ଘର ଘର ବୁଲି ଭିକ୍ଷା ମାଗୁଛନ୍ତି । ବୁକୁ ଫଟା କାନ୍ଦ ଆଉ ସହାୟତା ପାଇଁ ତାଙ୍କ ଗୁହାରୀ ଶୁଣି ସମସ୍ତ ଙ୍କ ଆଖି ଛଳଛଳ ହେଇଯାଉଛି। ସାହି ପଡିଶାଠୁ ଆରମ୍ଭ କରି ସମସ୍ତେ କାନ୍ଦି ପକାଉଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ସରସିଦା ଗ୍ରାମର ବାସିନ୍ଦା ହେଉଛନ୍ତି ସପନ ଦତ୍ତ। ପରିବାର କହିଲେ ସ୍ତ୍ରୀ ଜାନକୀ ଏବଂ ଏକମାତ୍ର ପୁଅ ନନ୍ଦନ। ସପନ ଅତ୍ୟନ୍ତ ଗରୀବ ପରିବାରର ହୋଇଥିବା ବେଳେ ନିଜର ଜମିବାଡି କିଛି ନାହିଁ। ପରଘରେ ମୂଲ ଲାଗି ଯାହା କିଛି ରୋଜଗାର କରନ୍ତି ସେଥିରେ ତିନି ପ୍ରାଣୀ କଷ୍ଟେମଷ୍ଟେ ଚଳିଯାନ୍ତି। ଛଅ ମାସ ପୂର୍ବରୁ ହଠାତ ପୂଅ ନନ୍ଦନର ବାମ ପଟ ଆଖି ଫୁଲିବା ଯୋଗୁଁ ପରିବାର ଲୋକେ ହସପିଟାଲ ନେଇ ଚିକିତ୍ସା କରାଇଥିଲେ।  ମାତ୍ର ଚିକିତ୍ସାରେ ଭଲ ହେବା ପରିବର୍ତ୍ତେ ଆଖି ଫୁଲିବାକୁ ଲାଗିଲା।  ଧାର କରଜ କରି ବାପା ମା ଭୁବନେଶ୍ବରର ଏକ ଘରୋଇ ହସପିଟାଲ ରେ ଭର୍ତ୍ତି କରି ପରୀକ୍ଷା ନିରୀକ୍ଷା ପରେ ଆଖି ରେ କ୍ୟାନସର ହୋଇଛି ବୋଲି ଜାଣିଲେ।  ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।  

ସପନ ଜଣେ ଅତ୍ୟନ୍ତ ଗରୀବ ପରିବାରର ହୋଇଥିବା ବେଳେ ଅର୍ଥାଭାବ ଯୋଗୁଁ  ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡୁଛି। ଏମିତିରେ ସ୍ତ୍ରୀ ଜାନକୀ ହୃଦରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଅର୍ଥାଭାବ ଯୋଗୁଁ ଚିକିତ୍ସା ହୋଇ ପାରୁନି।  ଶେଷରେ ଉପାୟ ଶୂନ୍ୟ ହୋଇ ପୁଅର ଜୀବନ ବଞ୍ଚାଇବା ଲାଗି ସାହି ପଡ଼ିଶାଙ୍କ ସହାୟତା ଲୋଡ଼ିଛନ୍ତି।  ସପନଙ୍କୁ ସରକାରୀସ୍ତରରେ ଯଦି କିଛି ଆର୍ଥିକ ସହାୟତା ମିଳିପାରନ୍ତା ତାହାଲେ ତାଙ୍କ ପୁଅର ଜୀବନ ବଞ୍ଚି ଯାଇପାରନ୍ତା। ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ଯ କରିବାକୁ ଚାହାନ୍ତି ତାହାଲେ ସପନଙ୍କ ସ୍ତ୍ରୀ ଜାନକୀଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଫୋନ ପେରେ ଟଙ୍କା ପଠାଇ ପାରିବେ।

ACCOUNT DETAILS

PUNJAB NATIONAL BANK

NAME – JANAKI DATTA

A/C – 1388010165907

IFSC  – PUNB0138820

PHONE PAY – 7013317906

MOB – 8984707567

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *