ଲଜ୍ ରୁ ମୃତ ଶରୀର ଉଦ୍ଧାର

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟସ୍ଥ ରତନୀ ଲଜରୁ ସୋଡ଼କ ଗ୍ରାମର ରବୀନ୍ଦ୍ର କୁମାର ଭଞ୍ଜଦେଓ ଙ୍କ ମୃତ ଶରୀର ଗତକାଲି ସନ୍ଧ୍ୟାରେ ପୋଲିସ ଜବତ କରିଛି। ଲଜରେ ମୃତ ଦେହ ଚିହ୍ନଟ ପରେ ପୋଲିସ ତାଙ୍କ ପରିବାରକୁ ଖବର ଦେଇଥିଲା। ଖବର ପାଇ ମୃତ ରବୀନ୍ଦ୍ରଙ୍କ ସାନଭାଇ ଚିତ୍ତରଞ୍ଜନ ଭଞ୍ଜଦେଓ ଲଜରେ ପହଞ୍ଚି ବଡ ଭାଇଙ୍କୁ ଚିହ୍ନଟ କରିଥିଲେ। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖି ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ସାନ ଭାଇ। ଏନେଇ ପୋଲିସ ଥାନାରେ ୧୪୨/୨୫ ପ୍ରକାରେ ମାମଲା ରୁଜ୍ଜୁ କରିଛି। ଲଜରେ ମରଶରୀର ଥିବାବେଳେ ପୋଲସରା ‐ବୁଗୁଡା ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସି । ଘଟଣାସ୍ଥଳରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଅନ୍ଯପଟେ ରାଜରାସ୍ତା ଅବରୋଧ କରି କ୍ଷତିପୁରଣ ଦାବିରେ ପରିବାର ଲୋକେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *