ଶିମିଳିପାଳ ଫେରିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ସରକାର ଜିନ୍ନତକୁ ହସ୍ତାନ୍ତର ଲାଗି ଅରାଜି ହେବାରୁ ହସ୍ତକ୍ଷେପ କରିଥିଲା ଏନଟିସିଏ। ଆଉ ଏନଟିସିଏର ନିର୍ଦେଶ ପରେ ମଙ୍ଗଳବାର ରାତି ୮ଟାରୁ ଆଲିପୁର ଚିଡ଼ିଆଖାନା କର୍ତ୍ତୃପକ୍ଷ ବାଘୁଣୀକୁ ଓଡ଼ିଶା ବନବିଭାଗକୁ ହସ୍ତାନ୍ତର କରିଥିଲା। ଭୋରରୁ ଶିମିଳିପାଳରେ ପହଞ୍ଚିଛି ଜିନ୍ନତ। ଗଲା ୩୦ ତାରିଖରେ ପଶ୍ଚିମବଙ୍ଗର ବାଙ୍କୁରାରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ସୁଧାରିବା ପରେ ଶିମିଳିପାଳ ଅଣାଯାଇଛି। ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ କହିଛନ୍ତି ଯେ, ଜିନ୍ନତ ଆଗରୁ ମହାରାଷ୍ଟ୍ରରେ ଶାଗୁଆନର ଫାଙ୍କା ଜଙ୍ଗଲରେ ବଢ଼ିଥିବାରୁ ଶିମିଳିପାଳ ଭଳି ଘଞ୍ଜ ଜଙ୍ଗଲରେ ନିଜକୁ ଖାପ ଖୁଆଇବାକୁ ସମୟ ଲାଗିବ।
ତେବେ ଜିନ୍ନତ କାହିଁକି ଶିମିଳିପାଳ ଛାଡ଼ି ଚାଲିଯାଇଥିଲା, ତାହାର ଅନୁଧ୍ୟାନ କରିବା ଜରୁରୀ ବୋଲି ପଶୁପ୍ରେମୀ କହିଛନ୍ତି। କେବଳ ପଡ଼ୋଶୀ ରାଜ୍ୟରୁ ବାଘ ଆଣିଲେ ହେବନି। ସେ କେମିତି ଓଡ଼ିଶା ପରିବେଶରେ ବଢ଼ିପାରିବ। ସୁସ୍ଥ ରହିବ। ସେ ଦିଗରେ ପଦକ୍ଷେପ ନେବା ଜରୁରୀ। ତା ନହେଲେ ରୋଗିଣା ହେବାର ଆଶଙ୍କା ରହିଛି।
ଜିନ୍ନତକୁ କିଛି ଦିନ ଯମୁନା ଏନକ୍ଲୋଜରରେ ରଖିବାକୁ ଚିନ୍ତା କରିଛି ବନବିଭାଗ। ତାହାର ଗତିବିଧି ଉପରେ ତୀକ୍ଷ୍ନ ନଜର ରହିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now