ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ। ହେଲେ ନିର୍ମାଣ କାର୍ଯ୍ୟକୁ ତିବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଗ୍ରାମବାସୀ। ବିପର୍ଯ୍ୟସ୍ତ ରାସ୍ତା ମରାମତି କରିବା ବଦଳରେ ଚଞ୍ଚକତା କରି ସଂପୂର୍ଣ୍ଣ ଭଲ ଥିବା ରାସ୍ତା ଉପରେ ପୁଣି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ। ଏମିତି ଅଭିଯୋଗ ଆଣିଛନ୍ତି ଭଦ୍ରକ ଖଣ୍ଡତଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ସହ ସ୍ଥାନୀୟ ବାସିନ୍ଦା। ଅଭିଯୋଗ ଅନୁସାରେ ଅନୁଯାୟୀ ବାତ୍ୟା ଦାନାରେ ପ୍ରଭାବିତ ହୋଇଥିବା ରାସ୍ତା ଗୁଡ଼ିକର ମରାମତି ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅର୍ଥରାଶି ମଞ୍ଜୁର କରିଥିଲେ । ଖଣ୍ଡତଡ଼ା ପଞ୍ଚାୟତର ବିଜେଗଙ୍ଗାଧରପୁରରୁ ମଉଦାକୁ ସଂଯୋଗ କରୁଥିବା ହାତିସାହି ସଡ଼କର ମରାମତି ନିମନ୍ତେ ଲକ୍ଷାଧିକ ଟଙ୍କା ଅର୍ଥ ରାଶି ମଞ୍ଜୁର ହୋଇଛି । ଭଦ୍ରକ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ବିନା ଫଳକରେ କାର୍ଯ୍ୟକୁ ନିର୍ଦ୍ଧିଷ୍ଟ ରାଜନୈତିକ ଦଳୀୟ କର୍ମୀ ଠିକାଦାରୀ କରୁଛନ୍ତି। ହେଲେ ପ୍ରକଳ୍ପ ଅନୁମୋଦିତ ହୋଇଥିବା ସ୍ଥାନଟିରେ କାର୍ଯ୍ୟ ନକରି ୩୦ ମିଟର ଦୂରରେ ଥିବା ସମ୍ପୂର୍ଣ୍ଣ ଭଲ ରାସ୍ତା ଉପରେ ନିର୍ମାଣ ଚାଲିଛି ରାସ୍ତା। ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚଙ୍କ ସହ ସ୍ଥାନୀୟ ଅଧିବାସୀମାନେ ଏଭଳି କର୍ଯ୍ୟକୁ ତିବ୍ର ବିରୋଧ କରିଥଲେ। ତେବେ ସରକାରଙ୍କ ପକ୍ଷରୁ ଆସୁଥିବା ଅନୁଦାନକୁ ସରକାର କା ମାଲ, ଦରିଆ ମେ ଡାଲ ଭଳି ବିନିଯୋଗ କରାନଯାଇ ସଠିକ୍ ଭାବେ କାର୍ଯ୍ୟ କରିବା ନେଇ ମତପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଏଭଳି କାର୍ଯ୍ୟକୁ ନେଇ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭଦ୍ରକ ବ୍ଲକ ବିଡ଼ିଓ । ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଉଥିବା ବେଳେ, ଅର୍ଥ ଆତ୍ମସାତ କରିବା ପାଇଁ ଚାଲିଛି ମସୁଧା । ଯାହାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now