ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ କୁମ୍ଭୀର ଗଣନା କରାଯିବ। ଚଳିତ ମାସ ଜାନୁଆରୀ ୧୪ରୁ ୨୨ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯାଉ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଭିତର କନିକାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆସିବାକୁ ବାରଣ କରାଯାଇଛି। ଭିତରକନିକା ନଦୀ ଓ ନାଳରେ ଜୁଆରିଆ ହୋଇଥିବାରୁ ଅଧିକ ଭଟା ରହୁଥିବା ଆମବସ୍ୟା ତିଥି ପରେ ଉଚ୍ଚ ଜୁଆର ନ ଆସିବା ଯୋଗୁଁ ନଦୀ ପଠା ବୁଡି ନ ଥାଏ। ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ। ନଦୀ ପଠାରେ କୁମ୍ଭୀର ଶୋଇ ଥିବା ଚିହ୍ନରୁ ତାର ଲମ୍ୱ ମାପ ଯାଇ ବୟସ ବର୍ଗ ସ୍ଥିର କରା ଯାଇଥାଏ। ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପରେ ଗଣନା କାରୀ ଦଳ ଗଠନ କରାଯାଇ କୁମ୍ଭୀର ଗଣନା ଆରମ୍ଭ କରାଯିବ। ପର୍ଯ୍ୟଟକମାନେ ଜାନୁଆରୀ ୧୪ରୁ ୨୨ତାରିଖ ମଧ୍ୟରେ ଭିତରକନିକା ଜାତୀୟ ଉଦ୍ୟାନ ଭ୍ରମଣ ରେ ନ ଆସିବା ପାଇଁ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now