ଆଉ ନାହାନ୍ତି କାମେଶ୍ୱର ଚୌପାଲ। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟି କାମେଶ୍ୱରଙ୍କ ପରଲୋକ ଘଟିଛି। ଗଲା କିଛି ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥାଇ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ୧୯୮୯ରେ ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ପ୍ରଥମ ଇଟା ରଖିଥିଲେ କାମେଶ୍ୱର। ରାମ ଜନ୍ମଭୂମି ଆନ୍ଦୋଳନର ପ୍ରମୁଖ ସେନାନୀ ଥିଲେ ସେ। ଶ୍ରୀରାମମନ୍ଦିରର ଶିଳାନ୍ୟାସ କରିଥିବା ସହ ସେ ପ୍ରଥମ କରସେବକ ଥିଲେ। ରାମମନ୍ଦିର ଟ୍ରଷ୍ଟର ସ୍ଥାୟୀ ସଦସ୍ୟ ଥିଲେ କାମେଶ୍ୱର। ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ଉପାଧ୍ୟକ୍ଷ ଥିବା କାମେଶ୍ୱର ଦୁଇ ଥର ସାଂସଦ ଥିଲେ। ଆରଏସଏସର ତିନୋଟି ପ୍ରମୁଖ ଅନୁବନ୍ଧିତ ସଂଗଠନ ବନବାସୀ କଲ୍ୟାଣ ଆଶ୍ରମ, ବିଶ୍ୱ ହିନ୍ଦୁ ପରିଷଦ ଓ ବିଦ୍ୟାର୍ଥୀ ପରିଷଦର ପ୍ରମୁଖ ସ୍ତମ୍ଭ ଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now