କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତ ସାଙ୍ଗକୁ ବର୍ଷା ଓ ପ୍ରବଳ କୁଆପଥର ମାଡ ହୋଇଛି। ଆଜି ମଧ୍ୟାହ୍ନରେ ଝୁମ୍ପୁରା ବ୍ଳକର କଣ୍ଡରାପଶି ଗ୍ରାମରେ ବଜ୍ରାଘାତରେ ୫ଟି ବଳଦଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗୁଆଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେହିପରି ସଦର ବ୍ଲକର ସେଣ୍ଡକାପ, ପୁଟୋଳ, ଶଙ୍କିର, କଣାପଶି, ଗୋବର୍ଦ୍ଧନ ଆଦି ଅଞ୍ଚଳରେ ପ୍ରବଳ ପବନ ଓ ବର୍ଷା ସାଙ୍ଗକୁ କୁଆ ପଥର ମାଡ ଯୋଗୁଁ ବିଲାତି , କୋବି , କଖାରୁ ଭଳି ପନିପରିବାର ବ୍ୟାପକ କ୍ଷତି ହୋଇଛି । ଲୋନ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି । ସେପଟେ ବର୍ଷା ଯୋଗୁଁ ପାଗରେ ପରିବର୍ତ୍ତନ ଆସିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now