ତାଳଚେର କଣିହାଁ ବ୍ଲକ ଘଣ୍ଟିଆନାଳି ଗ୍ରାମବାସୀଙ୍କ ବେଆଇନ ବାଲି ଉଠାଣକୁ ନେଇ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଅଫିସ ଘେରାଉ । ଘଣ୍ଟିଆନାଳି ପାଖରେ ରହିଥିବା ଟିକିରା ନଦୀ ବାଲି ଘାଟରୁ ବେଆଇନ ଭାବେ ବାଲିଉଠାଣକୁ ନେଇ ଶତାଧିକ ମହିଳା ତାଳଚେର ଠାରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ଅଫିସ ଘେରାଉ କରିଥିଲେ । ତେବେ ବିଗତ କିଛି ଦିନ ହେବ ଠିକାଦାର ଲିଜରେ ପାଇଥିବା ବାଲି ଘାଟରୁ ବାଲି ନ ଉଠାଇ ଗ୍ରାମବାସୀ ବ୍ୟବହାର କରୁଥିବା ଘାଟରୁ ବାଲି ଚୋରା ଚାଲାଣ କରାଯାଉଥିବା ନେଇ ବାରମ୍ବାର ଖଣି ଉପନିର୍ଦ୍ଦେଶଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଖଣି ଉପ ନିର୍ଦ୍ଦେଶକ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଆଜି ଖଣି ଉପନିର୍ଦ୍ଦେଶକ ଓ ମହିଳାଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲେ । ପରେ ଉକ୍ତ ଘାଟକୁ ଖଣି ଉପନିର୍ଦ୍ଦେଶକ ନିଜେ ଯିବା ପାଇଁ କହିଥିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଗ୍ରାମବାସୀ ଉକ୍ତ ଟିକାରା ନଦୀର ଘାଟକୁ ନିତ୍ୟ ବ୍ୟବହାର କରୁଥିବା ବେଳେ ଏହି ଚୋରା ବାଲି ଚାଲାଣ ଯୋଗୁଁ ନଦୀରେ ଗଭୀର ଗର୍ତ ସୃଷ୍ଟି ହେବା ସହ ଗ୍ରାମବାସୀ ଓ ଗାଈଗୋରୁଙ୍କର ଜୀବନ ହାନି ଘଟୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now