ଅଫିସରଙ୍କୁ କାଦୁଅ ରାସ୍ତାରେ ପ୍ୟାରେଡ୍ କରାଇଲେ ସାଂସଦ। ଭିମ୍ ଆର୍ମି ମୁଖ୍ୟ ତଥା ସାଂସଦ ଚନ୍ଦ୍ରଶେଖର ଆଜାଦ ଦୀର୍ଘ ଦିନ ହେଲା ରାସ୍ତାର ଶୋଚନୀୟ ଅବସ୍ଥା ନେଇ ଅଭିଯୋଗ ପାଇଥିଲେ। ପ୍ରଶାସନକୁ ବାରମ୍ୱାର କହିଲେ ସୁଦ୍ଧା କେହି ଶୁଣୁନଥିବା ନେଇ ଆରୋପ ଲଦିଥିଲେ ଲୋକେ। ଆଉ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀଙ୍କୁ ଡାକିଥିଲେ ସାଂସଦ। ଏଭଳି ଶୋଚନୀୟ ରାସ୍ତାରେ ଯିବାଆସିବା କେତେ କଷ୍ଟକର, ସେ କଷ୍ଟକୁ ନିଜେ ଅଧିକାରୀ ଉପଲବ୍ଧି କଲେ ବୋଧହୁଏ ସମାଧାନ ହେବ ବୋଲି ଭାବିଥିଲେ ସାଂସଦ। ସେଥିଲାଗି ନିଜେ କାଦୁଅ ରାସ୍ତାରେ ଚାଲିଲେ ଆଉ ତା ସହ ଅଫିସରଙ୍କୁ ବି ଚଲାଇଲେ। ରାସ୍ତାର ଅବସ୍ଥାକୁ ନେଇ ନଜର ଅନ୍ଦାଜ କରିଥିବା ଅଧିକାରୀଙ୍କୁ ଏଭଳି ପାନେ ଦେଇଥିବାର ଭିଡ଼ିଓ ଜୋରଦାର ଭାଇରାଲ ହୋଇଛି। ପ୍ରଶାସନ ପ୍ରତିଶୃତି ଦେଇଛି, ଖୁବ୍ ଶୀଘ୍ର ରାସ୍ତାର ମରାମତି ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now