କୋର୍ଟ ଶୁଣାଣୀ ବେଳେ ଟଏଲେଟରେ ବସିବା ମହଙ୍ଗା ପଡ଼ିଲା। ଗୁଜରାଟ ହାଇକୋର୍ଟ ସଂପୃକ୍ତ ବ୍ୟକ୍ତିକୁ ଅଭିନବ ଦଣ୍ଡ ଦେଇଛନ୍ତି। ସୁରାଟରେ ଥିବା ମମତା ମାନସିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ ଦିନ ଧରି କମ୍ୟୁନିଟି ସର୍ଭିସ ଦେବେ। କୋର୍ଟକୁ ଶୌଚାଳୟକୁ ନେବା କୋର୍ଟର ଗାରିମାକୁ କ୍ଷୁର୍ଣ୍ଣ କଲା ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି ଅଦାଲତ। ଭର୍ଚ୍ଚୁଆଲ ଶୁଣାଣୀ ବେଳେ ଟଏଲଟରେ ବସିଥିବାରୁ ସଂପୃକ୍ତ ବ୍ୟକ୍ତିକୁ ୧୫ ଦିନ ଲାଗି କମ୍ୟୁନିସି ସର୍ଭିସ କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ ରେଜିଷ୍ଟ୍ରିରେ ସଂପୃକ୍ତ ବ୍ୟକ୍ତି ୧ଲକ୍ଷ ଟଙ୍କା ଜମା କରିସାରିଲେଣି। ଆଉ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସହ କମ୍ଯୁନିସି ସର୍ଭିସ କରିବାକୁ ଇଛା ପ୍ରକାଶ କରିବାରୁ କୋର୍ଟ ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲାକୁ ନିଜ ଆଡ଼ୁ ବନ୍ଦ କରିଥିଲେ। ଶୁଣାଣୀ ବେଳେ ଜଷ୍ଟିସ ଏ.ଏସ. ସୁପେହିଆ ଓ ଜଷ୍ଟିସ ଆର.ଟି. ଭଛାନୀଙ୍କ ଖଣ୍ଡପୀଠ ମୌଖିକ ଭାବେ ଟିପ୍ପଣୀ ଦେଇଥିଲେ ଯେ, ଶୁଣାଣୀ ବେଳେ ସଂପୃକ୍ତ ବ୍ୟକ୍ତି ଟଏଲଟରେ ବସିଥିବାରୁ ଏହା ଅଦାଲତି ପ୍ରକ୍ରିୟାକୁ ଗୌଣ କରିବା ସହ କୋର୍ଟର ମର୍ଯାଦାକୁ ଆଞ୍ଚ ଆଣିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now