ସିକ୍ସଟିରେ ସଲମାନ

ସିକ୍ସଟିରେ ସଲମାନ। କିନ୍ତୁ ଭାଇଜାନଙ୍କ ବୟସର ଛାପ ବାରିହୁଏନା। ୫୯ କମ୍ପ୍ଲିଟ୍ କଲେ ବି ସେ ବଲିଉଡ୍ ହାର୍ଟଥ୍ରୋବ୍, ମୋଷ୍ଟ ବ୍ୟାଚେଲର ହ୍ୟାଣ୍ଡସମ୍। ନିଜ ବାର୍ଥଡେ ସେଲିବ୍ରେସନ ବେଶ୍ ଧୁମଧାମରେ ପାଳିଛନ୍ତି ସଲମାନ। ନିଜର ଖାସ୍ ପରିଚିତ ବନ୍ଧୁ ଓ ପରିବାର ଭିତରେ ଜନ୍ମଦିନ ସେଲିବ୍ରେସନ କରିଛନ୍ତି ସଲମାନ। ଭାଣେଜି ଆୟତଙ୍କ ସହ ମିଶିକି କେକ୍ କାଟିଛନ୍ତି। କାରଣ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ଝିଅ ଆୟତର ବି ଜନ୍ମଦିନ ଡିସେମ୍ୱର ୨୭। ବାର୍ଥଡେ ପାର୍ଟିରେ ଏକ୍ସ ଗାର୍ଲଫ୍ରେଣ୍ଡ୍ ସଙ୍ଗୀତ ଓ ୟୁଲିଆଙ୍କୁ ବି ଦେଖିବାକୁ ମିଳିଥିଲା। ସଲମାନଙ୍କ ବାର୍ଥଡେରେ ବାବା ସିଦ୍ଦିକିଙ୍କ ପୁଅ ଜିସାନ ସିଦ୍ଦିକି, ରିତେଶ ଦେଶମୁଖ, ଜେନେଲିଆ ଡିସୁଜା, ସୋହେଲ ଖାନ୍, ପ୍ରଡ୍ୟୁସର ସାଜିଦ୍ ନାଡିୟାଡଓ୍ୱାଲା, ବବି ଦେଓଲ ପ୍ରମୁଖ ସାମିଲ୍ ହୋଇଥିଲେ। ସଲମାନଙ୍କ ୫୯ତମ ଜନ୍ମଦିନ ଅବସରରେ ଶୁକ୍ରବାର ରିଲିଜ୍ ହେବାକୁ ଥିବା ସିକନ୍ଦରର ଟିଜରକୁ ଘୁଞ୍ଚାଇଦିଆଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ପାଇଁ ଟିଜର ରିଲିଜ୍ ଡେଟକୁ ସ୍ଥଗିତ କରିଦିଆଯାଇଛି।

ଡିସେମ୍ୱର ୨୮ ସକାଳ ୧୧ଟା୭ରେ ଅନଲାଇନ ପ୍ରିମିୟର ହେବ। ୨୦୨୫ ଇଦ୍‌ରେ ଫିଲ୍ମ ରିଲିଜ୍ ହେବ। ସଲମାନଙ୍କ ଏହି ଫିଲ୍ମ ଆକ୍ସନ, ଡ୍ରାମା ଓ ଇମୋସନର ମିଶ୍ରଣ ବୋଲି କୁହାଯାଉଛି। ବଲିଉଡ ସୁପରଷ୍ଟାର ସଲମାନ ୩ ଦଶକ ଧରି ଆକ୍ଟିଂ କ୍ୟାରିଅରରେ ୮୫ ଫିଲ୍ମରେ ଅଭିନୟ କରିବା ସହ ୭୪ ଆଓ୍ୱାର୍ଡ ଜିତିଛନ୍ତି। କିନ୍ତୁ ସଲମାନଙ୍କ ଜୀବନ ପ୍ରତି ବିଷ୍ଣୋଇ ଗ୍ୟାଙ୍ଗର ବିପଦ ଥିବାରୁ କଡ଼ା ସୁରକ୍ଷା ବଳୟରେ ରହୁଛନ୍ତି ସଲମାନ। ଜନ୍ମଦିନ ଉତ୍ସବରେ ସାମିଲ ସମସ୍ତ ଅତିଥିଙ୍କ ସହ ବେଶ୍ ଫଟୋ ପୋଜ୍ ଦେଇଛନ୍ତି ଭାଇଜାନ୍। ସଲମାନଙ୍କ ବାର୍ଥଡେ ସେଲିବ୍ରେସନ ବି ତାଙ୍କର ଫ୍ୟାନ୍ସ ନିଆରା ଅନ୍ଦାଜରେ ପାଳିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *