ଭୁବନେଶ୍ୱର : ଘାଟିକିଆ ସ୍ଥିତ ଘରୋଇ ସ୍କୁଲ ରେ ଫି ନ ଦେବାରୁ ପିଲାଙ୍କୁ ୫ ଘଣ୍ଟା ଧରି ବନ୍ଦୀ କରିବା ଘଟଣା । ଘଟଣାକୁ ନେଇ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ରଖି କହିଛନ୍ତି ଯାହାର ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ। ଏହା ଶିକ୍ଷାର ବିରୁଦ୍ଧଚରଣ । ସ୍ପୃହଣୀୟ ନୁହେଁ । ମୁଁ ଖୋର୍ଦ୍ଧା ଜିଲ୍ଲାପାଳ, ବିଇଓ , ଡିଇଓ , ଭରତପୁର ଆଇଆଇସିଙ୍କ ସହ କଥା ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହବି କଥା ହୋଇଛି । ସେ ବିଭାଗୀୟ ସଚିବଙ୍କ ଜରିଆରେ ସମ୍ପୃକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଦେଇଛନ୍ତି । କାହିଁକି ସ୍କୁଲର ସ୍ବୀକୃତି ପ୍ରତ୍ୟାହାର ହେବ ନାହିଁ ବୋଲି। ଏହା ପିଲା ମାନଙ୍କ ମାନସିକ ନିର୍ଯ୍ୟାତନା ଦେଇଛି ବୋଲି ମନ୍ତ୍ରୀ କହିଛନ୍ତ। ସେପଟେ ଏପିଜେ ସ୍କୁଲରେ ଦେଢ଼ ଘଣ୍ଟାରୁ ଅଧିକ ସମୟ ହେଲାଣି ବିଇଓ ଓ ଡିଇଓ ଛାତ୍ରଛାତ୍ରୀ ଓ ଶକ୍ଷକ ମାନଙ୍କୁ ପଚରା ଉଚରା କରୁଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now