ପାଲଲହଡାରେ ବଜ୍ରାଘାତରେ ମହିଳା ମୃତ, ମୋବଇଲରେ ଗପିବା ହେଲା କାଳ

Spread the love

ପାଲଲହଡା : ବଜ୍ରା ଘାତ ରେ ମହିଳା ମୃତ, ମୋବଇଲ ରେ ଗପିବା ହେଲା କାଳ l ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶିଗଡ ପଞ୍ଚାୟତ ଅନ୍ତର୍ଗତ କୋଳିପାଳ ଗାଁ ରେ ।

ସୂଚନା ଅନୁସାରେ ଗତକାଲି ରାତି ଆଠ ଘଟିକା ସମୟ ରେ ଶିଗଡ ପଞ୍ଚାୟତ ଅନ୍ତର୍ଗତ କୋଳିପାଳ ଗାଁ ର ରଞଜିତା ନାୟକ (ବୟସ 35) ଘରେ ତାଙ୍କ ତିନୀ ବର୍ଷର ଝିଅକୁ ଖିଇବାକୁ ଦେଇ ସାରି ଶୁଆଇବା ପରେ କୌଣସି ଜରୁରୀ କଥା ପାଇଁ ରଞ୍ଜିତା ଘର ବାହାରେ ବସି ନିଜ ମୋବଇଲ ରେ କଲ କରି କଥା ହଉଥିଲେ । ତେବେ ହଟାତ ବଜ୍ରାଘାତ ହୋଇଥିଲା ଫଳରେ ରଞ୍ଜିତା ସେହି ବସିଥିବା ସ୍ଥାନରେ ହିଁ ମୃତ୍ୟୁ ବରଣ କରିଥିଲେ ।

ଏହି ଘଟଣା ସମ୍ପର୍କ ରେ ପାଖ ପଡିଶା କେହି ଜାଣି ପାରି ନଥିଲେ, ତିନି ବର୍ଷର ସାନ ଝିଅଟି ଘର ଭିତେରେ ଶୋଇ ପଡି ଥିବା ରୁ ବୋଧ ହୂଏ ଜୀବନ ରକ୍ଷା ପାଇ ଯାଇଥିଲା । ଆଜି ସକାଳୁ ମୃତ ରଞ୍ଜିତାଙ୍କ ସାନ ଝିଅ ଉଠି ମା ମା କହି କାନ୍ଦିବାରୁ ପାଖ ପୋଡ଼ସି ଘଟଣା ସ୍ଥଳରେ ପହଞ୍ଚି ରଞ୍ଜିତାଙ୍କୁ ଦେଖି ଅବକ ହୋଇଯାଇଥିଲେ । ଖବର ପାଇ ପାଲଲହଡା ବ୍ଲକ ଅଧକ୍ଷା ଶ୍ରୀମତୀ ରୀନା ରାଣୀ ନାଏକ ଘାଟଣ ସ୍ଥଳରେ ପହଞ୍ଚିି ପୋଲିସକୁ ଖବର ଦେଈ ଥିଲେ । ମୃତ ମହିଳାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପାଲଲହଡା ଡାକ୍ତରଖାନା ଆଜି ଦିନ ଦଶ ଘଟିକା ସମୟରେ ଅଣା ଯାଇଥିଲା । ମୃତକ ରଞ୍ଜିତାଙ୍କ ସ୍ୱାମୀ ବାହାରେ ରୁହନ୍ତି ଓ ତାଙ୍କ ଏକ ମାତ୍ର ଦଶ ବର୍ଷର ପୁଅ ହଷ୍ଟେଲ ରେ ରହି ପାଠ ପଢ଼ନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି, ଅନ୍ୟ ପଟେ ପାଲଲହଡା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି l

Leave a Reply

Your email address will not be published. Required fields are marked *