ଅଭିନେତ୍ରୀଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କଲେ ନେତା

ଶେଷରେ ଜିତିଲା ପ୍ରେମ। ଆଉ ଏହା ସହ ଲମ୍ୱା ସମୟ ଧରି ଚାଲିଥିବା ସବୁ ବାଦବିବାଦ ମିଳାଇଗଲା। ଅଭିନେତ୍ରୀ ଉର୍ମିଳାଙ୍କୁ ନିଜର ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କଲେ ପୂର୍ବତନ ବିଧାୟକ ସୁରେଶ ରାଠୋର। ଉତ୍ତରାଖଣ୍ଡ ହରିଦ୍ୱାରରେ ସୁରେଶ- ଉର୍ମିଳା କାଣ୍ଡ ଲମ୍ୱା ସମୟ ଧରି ଚାଲିଥିଲା। ଦୁହେଁ ପ୍ରେସମିଟ କରିଛନ୍ତି। ସୁରେଶ କହିଛନ୍ତି, ସେ ଉର୍ମିଳାଙ୍କୁ ନିଜର ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରିଛନ୍ତି। କିଛି ଲୋକଙ୍କ ଲାଗି ସେମାନଙ୍କ ଭିତରେ ଭୁଲ୍ ବୁଝାମଣା ହୋଇଯାଇଥିଲା। ହେଲେ ଏବେ ସେ ସବୁ ଦୂର ହୋଇଛି। ଆଉ ଏହି ମଉକାରେ ସୁରେଶଙ୍କୁ ଉର୍ମିଳା ମିଠା ଖୁଆଇଦେଇଥିଲେ। ସୁରେଶ ଓ ଉର୍ମିଳାଙ୍କ ଭିତରେ ୨ ବର୍ଷ ଧରି ବିବାଦ ଚାଲିଥିଲା। ରବିବାର ଉର୍ମିଳାଙ୍କୁ ପତ୍ନୀ ଭାବେ ଗ୍ରହଣ ପରେ ବିବାଦ ତୁଟିଛି। ପ୍ରେସମିଟରେ ବି ନବବଧୂ ବେଶରେ ଯାଇଥିଲେ ଉର୍ମିଳା। ସୁରେଶ କହିଥିଲେ, ଉର୍ମିଳାଙ୍କ ପ୍ରେମ ସତ ଥିଲା। ସେଥିଲାଗି ତାଙ୍କର ଜିତ୍ ହୋଇଛି। କିଛି ବାଧ୍ୟବାଧକତା ଲାଗି ସେ ମିଡିଆରୁ ତାଙ୍କ ବିବାହ କଥାକୁ ଗୋପନରେ ରଖିବାକୁ ଚାହୁଁଥିଲେ। ଆଉ ଶେଷରେ ସାର୍ବଜନୀନ ଭାବେ ଉର୍ମିଳାଙ୍କୁ ପତ୍ନୀ ଭାବେ ଗ୍ରହଣ କଲେ ସୁରେଶ। ଗୋଲାପ ଫୁଲ ଦେଇ ଜୀବନସାଥୀ ଭାବେ ଗ୍ରହଣ କରିବାର କଥା ଦେଇଛନ୍ତି। ଉର୍ମିଳାଙ୍କୁ ଉର୍ମିଳା ରାଠୋର ବୋଲି ସମ୍ୱୋଧନ କରିଥିଲେ। ସୁରେଶ କହିଛନ୍ତି, ସେ ନିଜର ପ୍ରଥମ ପତ୍ନୀ ଓ ପରିବାରକୁ ବୁଝାଇଦେଇଛନ୍ତି। ଏବେ ଉର୍ମିଳାଙ୍କୁ ନେଇ କାହାର କୌଣସି ସମସ୍ୟା ନାହିଁ। ଉର୍ମିଳା ସନାଓ୍ୱାର ସୋସିଆଲ ମିଡିଆରେ କରିଥିବା ପୋଷ୍ଟ କେବଳ ନିଜ ହକ୍ ପାଇଁ ସଂଘର୍ଷ କରିବାର ପ୍ରତିଫଳନ ଥିଲା। ଉର୍ମିଳା ବି କହିଛନ୍ତି, ତାଙ୍କ ପ୍ରେମ ସତ ଥିଲା। ସେଥିଲାଗି ହକ୍ ପାଇବାକୁ ସଂଘର୍ଷ କରୁଥିଲେ। ତେବେ ତାଙ୍କୁ ସୁରେଶ ଆପଣାଇଥିଲେ ବି ସେ ଏବେ ସୁରେଶଙ୍କ ସହ ରହିବେନି। କାରଣ ଆଗ ତାଙ୍କ ଘରେ ହୋଇଥିବା ଆକ୍ରମଣକାରୀ ଓ ଷଡ଼ଯନ୍ତ୍ରକାରୀଙ୍କ ଖୁଲାସା ହେବା ଜରୁରୀ। କିଛି ମହିଳା ଓ ଲୋକ ମିଶି ଉର୍ମିଳାଙ୍କ ଘର କବଜା କରିବାକୁ ପ୍ରୟାସ କରିଥିଲେ। ତେବେ ଏହା ପଛରେ ସୁରେଶଙ୍କ ହାତ ଥିବା ପୂର୍ବରୁ ଆରୋପ ଲଦିଆସୁଛନ୍ତି ଉର୍ମିଳା। ନେପାଳର ଏକ ମନ୍ଦିରରେ ସୁରେଶ ତାଙ୍କ ସହ ବିବାହ କରିଥିବା ଦାବି କରିଥିଲେ ଉର୍ମିଳା। କିନ୍ତୁ ସୁରେଶ ଏହି ସମ୍ପର୍କକୁ ସାର୍ବଜନୀନ ଭାବେ ସ୍ୱୀକାର କରୁନଥିଲେ। ଆଉ ଉର୍ମିଳା ମଥାରେ ସିନ୍ଦୂର ଲଗାଇ ରାଠୋରଙ୍କ ପତ୍ନୀ ବୋଲି ଦାବି କରୁଥିଲେ। ଏବେ ସବୁଠି ଚର୍ଚ୍ଚା ଏକ ଥା ନେତା, ଏକ ଥି ଆକଟ୍ରେସ୍।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *