ମରାଠୀ ଲଢ଼େଇ- ୨୦ ବର୍ଷ ପରେ ଠାକରେ ବ୍ରଦର୍ସ ଗୋଟିଏ ମଞ୍ଚରେ

ଏକାଠି ହେଲେ ଉଦ୍ଧବ ଓ ରାଜ। ଦୁଇ ଭାଇଙ୍କୁ ଏକାଠି ଦେଖିବାକୁ ମିଳିଲା। ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେଙ୍କ ଭିକଟ୍ରି ରାଲିରେ ସାମିଲ ହେଲେ ରାଜ୍ ଠାକରେ। ଉଦ୍ଧବଙ୍କୁ ପୁଅ ଆଦିତ୍ୟ ଠାକରେ, ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଓ ତାଙ୍କ ପୁଅ ଅମିତ ଠାକରେ ଗୋଟିଏ ମଞ୍ଚରେ ଗୋଟିଏ ଉଦ୍ଦେଶ୍ୟକୁ ସାଧିତ ହୋଇଥିବାରୁ ଏକାଠି ହୋଇଛନ୍ତି। ମିଳିତ ବିଜୟ ରାଲି ବି କରିଛନ୍ତି। ମହାରାଷ୍ଟ୍ର ସରକାର ହିନ୍ଦୀକୁ ତୃତୀୟ ଭାଷା ଭାବେ ସ୍ଥାନ ଦେବା ବିରୁଦ୍ଧରେ ଶିବସେନା-ୟୁବିଟି ଓ ଏମଏନଏସର ମୁଖ୍ୟ ଏକାଠି ହେଲେ। ହିନ୍ଦୀଙ୍କୁ ସରକାର ଜବରଦସ୍ତି ଥୋପିବା ବିରୁଦ୍ଧରେ ପ୍ରତିବାଦ କରିଥିଲେ। ବଡ କଥା ହେଲା, ମଞ୍ଚରେ ଥିବା ସୁପ୍ରିୟା ସୁଲେ ଦୁଇ ଭାଇଙ୍କୁ ଏକାଠି କରିବାକୁ ଡାକିନେଇଥିଲେ। ୨୦ ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ। ମରାଠୀ ଭିକଟ୍ରି ପାଇଁ ମଞ୍ଚ ସେୟାର କଲେ। ଉଦ୍ଧବ କହିଛନ୍ତି, ଆଜିଠୁ ଦାଦାଗିରି କରିବୁନି। ତା ସହ ଦାଦାଗିରି ବି ସହିବୁନି। ସବୁ ମତଭେଦ ଭୁଲି ମରାଠୀ ପ୍ରେମୀ ଏକାଠି ହୁଅନ୍ତୁ ବୋଲି ଅପିଲ୍‌ କରିଛନ୍ତି ଉଦ୍ଧବ। ରାଜ ଠାକରେ କହିଛନ୍ତି, ଯଦି କୌଣସି ନିରୀହକୁ ପିଟୁଛନ୍ତି, ତା ହେଲେ ଭିଡିଓ କରନି। ହିନ୍ଦୀ ବନାମ ମରାଠୀ ଭାଷା ବିବାଦ ତେଜିଥିଲା। ଏପ୍ରିଲ ୧୬ରେ ସରକାର ତିନି ଭାଷା ଫର୍ମୁଲାକୁ ପ୍ରତ୍ୟାହାର କରିନେଇଥିଲେ ଫଡନାଭିସ ସରକାର। ଏହା ସେମାନଙ୍କ ବିଜୟ ବୋଲି ଅଭିହିତ କରି ବିଜୟ ରାଲିରେ ଏକାଠି ହୋଇଥିଲେ ଦୁଇ ଭାଇ। କ୍ଷମତା ଚୌକି ଲାଗି ଦୁଇ ଭାଇ ଅଲଗା ହୋଇଥିଲେ। ମରାଠା ଭାଷା ବିବାଦ ଏମାନଙ୍କୁ ଏକାଠି କରିଥିଲା। ମରାଠୀ ମାନୁଷର ଜିତ୍ ବୋଲି କହିଛନ୍ତି ଠାକରେ ଭାଇ। ଫଡନାଭିସ ସରକାର ତିନି ଭାଷା ଫର୍ମୁଲା ଲାଗୁ ନେଇ ଏପ୍ରିଲ ୧୬ରେ ସରକାରୀ ରିଜୋଲୁସନ ଜାରି କରିଥିଲେ। ପ୍ରଥମ ଭାଷା ସ୍ଥାନୀୟ ନଚେତ ଆଞ୍ଚଳିକ ଭାଷା। ପ୍ରାଥମିକ ଶିକ୍ଷା ଏହି ଭାଷାରେ ପଢ଼ାଯିବ। ଦ୍ୱିତୀୟ ଭାଷା ହେଲା ହିନ୍ଦୀ ନଚେତ୍ ଅନ୍ୟ ରାଜ୍ୟର ଭାରତୀୟ ଭାଷା। ତୃତୀୟ ଭାଷା ଇଂରାଜୀ ଅବା ଅନ୍ୟ ଭାରତୀୟ କିମ୍ୱା ବିଦେଶୀ ଭାଷା। ଇଂରାଜୀ ଓ ମରାଠି ମିଡିୟମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ତୃତୀୟ ଭାଷା ଭାବେ ହିନ୍ଦୀ ପଢ଼ିବା ଅନିର୍ବାର୍ଯ୍ୟ କରାଯାଇଥିଲା। ଏହି ନିର୍ଦେଶାନାମାକୁ ବିରୋଧ କରିବାରୁ ଜୁନ୍‌୧୭ରେ ସଂଶୋଧିତ ଜିଆର ଜାରି କରିଥିଲେ। ହିନ୍ଦୀକୁ ତୃତୀୟ ବିକଳ୍ପ ଭାବେ ଗ୍ରହଣ କରିବାକୁ କୁହାଗଲା। ପୁରୁଣା ସରକାରୀ ରିଜୋଲୁସନକୁ ପ୍ରତ୍ୟାହାର ପରେ ବିଜୟ ରାଲି କରିଛନ୍ତି ଠାକରେ ବ୍ରଦର୍ସ। ଉଦ୍ଧବ ଓ ରାଜ ଏକାଠି ହେବା ପଛରେ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ୱାନ। ଦୁହେଁ ରାଜନୀତିକ ଲାଭ ପାଇଁ ଏକାଠି ହୋଇଛନ୍ତି। ସେମାନେ ଭାଷା ଅସ୍ମିତା ପାଇଁ ନୁହେଁ, ନିଜର ସ୍ୱାର୍ଥ ଲାଗି ଏକାଠି। ହଜିଯାଇଥିବା ବିରାସତ ଲାଗି ଏକାଠି ହୋଇଛନ୍ତି। ଅସ୍ତିତ୍ୱ ରକ୍ଷା ଲାଗି ଏ ସବୁ ନାଟକ। ଉଭୟଙ୍କ ଭିତରେ ମତଭେଦ ତୁଟିନଥିବ। ବୈଚାରିକ ଧାରା ଏକାଠି ହୋଇନଥିବ। ଅଲଗା ହୋଇ ଦୁଇ ଭାଇଙ୍କର ଶକ୍ତି ହ୍ରାସ ହେଉଥିବା ବୁଝିପାରିଛନ୍ତି ଠାକରେ ବ୍ରଦର୍ସ। ମହାରାଷ୍ଚ୍ର ମନ୍ତ୍ରୀ ନିତେଶ ରାଣେ କହିଛନ୍ତି, ଦୁଇ ଭାଇଙ୍କର ଯଦି ଦମ୍ ଅଛି। ସେମାନେ ମୁସଲମାନଙ୍କୁ ମରାଠୀରେ ନମାଜ ପାଠ କରିବାକୁ କହିକି ଦେଖନ୍ତୁ। ହିମତ ଦେଖାଇବାକୁ ଏତେ ଯଦି ବ୍ୟାକୁଳ, ତାହେଲେ ନଲ ବାଜାର, ଭିଣ୍ଡି ବଜାର, ମହମ୍ମଦ ଅଲି ରୋଡ୍, ବମ୍ୱୋରି ଯାଇକି ସାହାସ ଦେଖାନ୍ତୁ। ସେଠାରେ ତ କେହି ବି ମରାଠୀରେ କଥା ହୁଅନ୍ତିନି। ଉର୍ଦ୍ଦୁ ଛାଡ଼ିଦେଲେ କେହି ଅନ୍ୟ ଭାଷାରେ କଥାବାର୍ତ୍ତା କରନ୍ତିନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *