ବୋମା ଧମକରୁ ଏୟାରଇଣ୍ଡିଆ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ। ଥାଇଲାଣ୍ଡରେ ବିମାନ ଜରୁରୀକାଳୀନ ଅବତରଣ କରିଛି। ବିମାନରେ ୧୬୫ ଯାତ୍ରୀ ଥିଲେ। ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିଲା ବିମାନ। ଏୟାରଇଣ୍ଡିଆର ଫ୍ଲାଇଟ୍ ଏଓ୍ୱାନ-୩୭୯ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଛି। ସକାଳ ସାଢ଼େ ୯ଟାରୁ ଟେକଅଫ କରିଥିଲା ବିମାନଟି। ବିମାନ ଆଣ୍ଡାମାନ ସାଗର ଉପରେ ବଡ଼ ଚକ୍କର କାଟି ପୁଣି ଫେରିଥିଲା ଆଉ ପ୍ରାୟ ୨୦ ମିନିଟ୍ ପରେ ଫୁକେଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା। ସମସ୍ତ ଯାତ୍ରୀ ଓ କ୍ରିଉମେମ୍ୱର ସୁରକ୍ଷିତ ଅଛନ୍ତି। ବୋମା ଧମକ ମିଳିବା ପରେ ଫୁକେଟ ଏୟାରପୋର୍ଟ କଣ୍ଟିଜେନ୍ସି ପ୍ଲାନକୁ ଆକ୍ଟିଭେଟ୍ କରିଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now