ଏନଡିଏ ପଞ୍ଚୁପାଣ୍ଡବ ଭଳି ଲଢ଼ୁଛି। ଏନଡିଏର ୫ ଦଳ ମିଳିମିଶି ଲଢୁଛନ୍ତି। କାରଣ ଏନଡିଏ ବିହାରକୁ ମୋଦୀଙ୍କ ସହଯୋଗ ରହିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱ ମିଳିଛି, ଚିରାଗ ପାଶଓ୍ୱାନଙ୍କ ଭଳି ଯୁବ ଜୋସ୍ ସାଥୀ ଅଛନ୍ତି। ଜିତନରାମ ମାଞ୍ଝୀଙ୍କ ପୁରା ଜୀବନ ତପସ୍ୟା ଆମ ସହ ଅଛି ଓ ଉପେନ୍ଦ୍ର କୁଶଓ୍ୱାହାଙ୍କ ଅନୁଭବ ଥିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଏହି ଶକ୍ତି ହିଁ ବିହାରରେ ଲାଲୁ ଓ ରାହୁଲଙ୍କୁ ସଫା କରିଦେବ ବୋଲି କହିଛନ୍ତି ଶାହା। ଲାଲୁ ରାବ୍ରୀ ବିହାରରେ ଯଦି କିଛି କରିଛନ୍ତି, ତାହେଲେ ଚାରା ଦୁର୍ନୀତି, ଜମି ପାଇଁ ଚାକିରୀ ଘୋଟାଲା, ବନ୍ୟା ସହାୟତା ରାଶି ଖାଇଯିବା ଭଳି ଭ୍ରଷ୍ଟାଚାର କରିଛନ୍ତି। ଆଉ କଂଗ୍ରେସ ଦଳ ଆଉ ଦୁଇ ପାଦ ଆଗରେ ଅଛି। ୨୦୦୪ରୁ ୨୦୧୪ରେ ୧୨ଲକ୍ଷ କୋଟିର ଭ୍ରଷ୍ଟାଚାର କରିଲେ। କିନ୍ତୁ ମୋଦି ଓ ନୀତିଶଙ୍କ ଉପରେ ଭ୍ରଷ୍ଟାଚାରର କୌଣସି ଆରୋପ ନାହିଁ। ନକ୍ସଲବାଦକୁ ପ୍ରୋତ୍ସାହିତ କରୁଥିବା ଦଳ ଏବେ ଲାଲୁଙ୍କ ସାଥୀ ସାଜିଛନ୍ତି। ଯେଉଁମାନେ ବିହାରରେ ଜାତିବାଦକୁ ବଢ଼ାଇଲେ, ହିଂସାକୁ ଭିଆଇଲେ, ସେମାନେ କଦାପି ବିହାରର ବିକାଶ କରିପାରିବେନି ବୋଲି ବର୍ଷିଛନ୍ତି ଶାହା। ରାହୁଲ ଗାନ୍ଧୀ ମାସକ ପରେ ପୁଣି ବିହାର ଆସିଛନ୍ତି। ପୂର୍ବରୁ ଆସିଥିଲା ବେଳେ ଅନୁପ୍ରବେଶକାରୀଙ୍କୁ ରକ୍ଷା କରିବାକୁ ଯାତ୍ରା ବାହାର କରିଥିଲେ। ବିହାରର ବେଗୁସରାଇରେ ନିର୍ବାଚନ ପ୍ରଚାର ବେଳେ ଏଭଳି ଟାର୍ଗେଟ କରି ଅମିତ ଶାହା ଭୋଟରଙ୍କ ଉଦ୍ଦେଶ୍ୟରେ ପଚାରିଥିଲେ, ଏଭଳି ଅନୁପ୍ରବେଶକାରୀଙ୍କୁ କଅଣ ମତଦାତା ସୂଚୀରେ ସାମିଲ୍ କରିବା କଥା କି। ଲାଲୁ ଓ ରାହୁଲ ଦୁହେଁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂରକ୍ଷକ ସାଜିଛନ୍ତି। କିନ୍ତୁ ବିହାର ମାଟିରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା ମୋର କାମ ବୋଲି ପ୍ରତିଶୃତି ଦେଇଛନ୍ତି ଅମିତ ଶାହା। ବିହାର ନିର୍ବାଚନରେ ଜଙ୍ଗଲରାଜରୁ ବିହାରବାସୀଙ୍କୁ ରକ୍ଷା କରିବା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶାହା।
Naxatra News is now on Whatsapp
Join and get latest news update delivered to you via whatsapp
Join Now