ଦିଲ୍ଲୀର ଦ୍ୱାରକାନଗରରେ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ। ନିଆଁର ମାତ୍ରା ଏତେ ଥିଲା ଯେ, ରେସକ୍ୟୁ ଅପରେସନ ଲାଗି ନାକେଦମ ହୋଇପଡ଼ିଲାଣି ଅଗ୍ନିଶମ ବିଭାଗ। ଡରରେ ୭ ମହଲା ଉପରୁ ବାପା ଓ ଦୁଇ ପିଲା ଡେଇଁ ପଡ଼ିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ଆଉ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଦ୍ୱାରକା ନଗରର ସେକ୍ଟର ୧୩ରେ ଥିବା ସାବାଦ ଆପାର୍ଟମେଣ୍ଟରେ ଏହି ନିଆଁ ଲାଗିଥିଲା। ଉପର ମହଲାରେ ଏହି ନିଆଁ ଲାଗିଥିଲା। ଭୟରେ ୩ ଜଣ ଛାତରୁ ଡେଇଁପଡ଼ିଥିଲେ। ଜୀବନ ବଞ୍ଚାଇବାକୁ ଫ୍ଲାଟର ବାଲକୋନୀରେ ତଳକୁ ଡେଇଁପଡ଼ିଥିଲେ ବାପା, ପୁଅ ଓ ଝିଅ। ମୃତକ ହେଲେ ୟଶ ଯାଦବ ଓ ତାଙ୍କର ୧୦ ବର୍ଷର ପୁଅ ଓ ଝିଅ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସମସ୍ତଙ୍କର ମୃତ୍ୟୁ ହୋଇଛି। ୟଶଙ୍କ ପତ୍ନୀ ଓ ବଡ଼ ପୁଅ ସୌଭାଗ୍ୟବଶତଃ ନିଆଁ ମୁହଁରୁ ବର୍ତ୍ତିଯାଇଛନ୍ତି। ତେବେ ଏ ଯାଏଁ ବି ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିନି। ଆଜି ଦିନ ୧୦ଟା ବେଳୁ ଏହି ନିଆଁ ଲାଗିଥିଲା। ନିଆଁର ଭୟବହତା ଏତେ ଥିଲା ଯେ, ତାକୁ ମୁକାବିଲା କରିବା କାଠିକର ଥିଲା। ଆପାର୍ଟମେଣ୍ଟର ତଳ ଦୁଇଟି ଫ୍ଲାଟ ବନ୍ଦ ଥିଲା। କେଉଁ ଆଡ଼ୁ ବି ସହଯୋଗ ମିଳିଲାନି। ଘଟଣାସ୍ଥଳକୁ ନିଆଁ ଲିଭାଇବାକୁ ଫାୟାର ବ୍ରିଗେଡର ୮ଟି ଗାଡ଼ି ଲାଗିଥିଲା। ପୁରା ବିଲଡିଂ ନିଆଁର ଆଁରେ ପଶିଯାଇଥିଲା। ଆପାର୍ଟମେଣ୍ଟର ଅଷ୍ଟମ ଓ ନବମ ମହଲାରେ ନିଆଁ ଲାଗିଥିଲା। ସୋସାଇଟିର ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବିଜୁଳି ଓ ପିଏନଜି କନେକ୍ସନ କାଟି ଦିଆଯାଇଥିଲା। କେଉଁ କାରଣରୁ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଲା, ଡିଡିଏ ଓ ଏମସିଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ଏହି ବହୁତଳପ୍ରାସାଦର ତଳ ଦୁଇଟି ଫ୍ଲାଟ୍ ବନ୍ଦ ଥିବାରୁ ପୀଡ଼ିତଙ୍କୁ ତୁରନ୍ତ ସାହାଯ୍ୟ ଦିଆଯାଇପାରିଲାନି।


Naxatra News is now on Whatsapp
Join and get latest news update delivered to you via whatsapp
Join Now