ଆଶାରାମ ବାପୁଙ୍କ ଅସ୍ଥାୟୀ ବେଲ୍ ଅବଧି ବଢ଼ିଲା। ଜୁଲାଇ ୭ ଯାଏଁ ଗୁଜରାଟ ହାଇକୋର୍ଟ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି। ୨୦୧୩ ଦୁଷ୍କର୍ମ ମାମଲାରେ ଗାନ୍ଧୀନଗର ସେସନ୍ସ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡର ସଜ୍ଜା ଦେଇଥିଲେ। ଆସାରାମଙ୍କ ଅସ୍ଥାୟୀ ଜାମିନ୍ ଜୁନ୍ ୩୦ରେ ସରୁଥିଲା। ହାଇକୋର୍ଟର ଜଷ୍ଟିସ ଇଲେଶ ଜେ ଭୋରା ଓ ଜଷ୍ଟିସ ପିଏମ ରାଭାଲଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ଜୁଲାଇ ୨ରେ ଚୂଡ଼ାନ୍ତ ଶୁଣାଣୀ କରିବେ ହାଇକୋର୍ଟ। ଶୁଣାଣୀ ବେଳେ ଆଶାରାମଙ୍କ ଓକିଲ କହିଥିଲେ, ନାଲସା ଜାମିନ୍ ପାଇଁ ଯେଉଁ ଦୁଇଟି କ୍ୟାଟାଗୋରୀ ରଖିଛନ୍ତି, ସେଥିରେ ଆଶାରାମ ଆସୁଛନ୍ତି। ୭୦ ବର୍ଷରୁ ଉର୍ଦ୍ଧ୍ୱ ଓ ଅସୁସ୍ଥ। ଓଡ଼ିଶା ହାଇକୋର୍ଟର ଦୁଇଟି ଅର୍ଡରର ନଜିର ଦେଇ ଓକିଲ ଶାଲିନ ମେହେଟ୍ଟା କହିଥିଲେ, ଅପିଲର ଶୁଣାଣୀ ହୋଇନଥିବାରୁ ଓଡ଼ିଶା ହାଇକୋର୍ଟ ଏଭଳି ସ୍ଥିତିରେ ଦୁଇଟି ଜାମିନ ଦେଇଥିଲେ। କାରଣ ମାର୍ଚ୍ଚ ୨୮ରେ ୩ ମାସ ପାଇଁ ଅସ୍ଥାୟୀ ବେଲ୍ ଦେଇଥିଲେ କୋର୍ଟ। ଏଥିରୁ ୧୦ ଦିନ ବେକାରରେ ଚାଲିଯାଇଥିଲା। କାରଣ ଜୋଧପୁର ହାଇକୋର୍ଟରୁ ଅର୍ଡର ଆଣିବାକୁ ଏତେ ଦିନ ଲାଗିଗଲା। ସେଥିଲାଗ ଆଶାରାମ ଏପ୍ରିଲ ୭ରେ ଜେଲରୁ ରିଲିଜ୍ ହୋଇଥିଲେ। ରାଜସ୍ଥାନ ହାଇକୋର୍ଟରେ ବି ଜାମିନ ଅବଧି ବୃଦ୍ଧି କରିବାକୁ ଆବେଦନ ହୋଇଥିବା ଜାଣିବାକୁ ପାଇଥିଲେ ଅଦାଲତ। ତେବେ ଅଦାଲତ ମୌଖିକ ଭାବେ କହିଥିଲେ, ଆଶାରାମ ଏବେ ଅସ୍ଥାୟୀ ଜାମିନରେ ଅଛନ୍ତି। ସୁପ୍ରିମକୋର୍ଟ ନିକଟରେ କହିଛନ୍ତି, କୌଣସି ଦୋଷୀକୁ ୧୦ଦିନ, ୧୫ ଦିନ କି ୩ ମାସ ଲାଗି ରିଲିଜ୍ କରାଯାଏ। ଆଉ ଏହି ଅବଧିକୁ ବାରମ୍ୱାର ବୃଦ୍ଧି କରାଯାଏ। ଏଭଳି ପ୍ରାକ୍ଟିସକୁ ଅନୁକରଣ ବନ୍ଦ କରିବା ଦରକାର। ପ୍ରତିପକ୍ଷ ଓକିଲ କହିଥିଲେ, ବାପୁଙ୍କ ପଞ୍ଚକର୍ମ ଟ୍ରିଟମେଣ୍ଟ ସରିଯାଇଛି। ପଞ୍ଚକର୍ମ ଥେରାପି ୯୦ ଦିନିଆ କୋର୍ସ ଅଟେ। ଜୋଧପୁରରେ ଏମ୍ସ ବି ଅଛି, ଯେଉଁଠି ସେ ଉନ୍ନତ ଚିକିତ୍ସା ପାଇପାରିବେ। ଚଳିତ ବର୍ଷ ଜାନୁଆରୀରେ ମେଡିକାଲ ଗ୍ରାଉଣ୍ଡରେ ଆଶାରାମ ବାପୁଙ୍କୁ ମାର୍ଚ୍ଚ ୩୧ ଯାଏ ଅନ୍ତରୀଣ ବେଲ୍ ଦେଇଥିଲେ ସୁପ୍ରିମକୋର୍ଟ। ଆଶାରାମ ଅସ୍ଥାୟୀ ଜାମିନ ଅବଧି ବୃଦ୍ଧି ଲାଗି ମାର୍ଚ୍ଚ ୨୮ରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ୩ ମାସ ପାଇଁ ଅସ୍ଥାୟୀ ଜାମିନ୍ ଦେଇଥିଲେ। ନିକଟରେ ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କୁ ୫ ଦିନିଆ ଅସ୍ଥାୟୀ ବେଲ୍ ପ୍ରଦାନ କରିଥିଲେ ହାଇକୋର୍ଟ। ମାନବିକତା ଗ୍ରାଉଣ୍ଡରେ ବାପାଙ୍କୁ ଭେଟିବାକୁ ପୁଅକୁ ଏହି ବେଲ୍ ଦେଇଥିଲେ। କିନ୍ତୁ ଆଶାରାମଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ବାପ ପୁଅ ବ୍ୟକ୍ତିଗତ ଭାବେ ଉଭୟଙ୍କୁ ଭେଟିପାରିନଥିଲେ। ଜାନୁଆରୀ ୩୧, ୨୦୨୩ରେ ଅହମଦାବାଦ ସ୍ଥିତ ଆଶ୍ରମରେ ମହିଳା ଶ୍ରଦ୍ଧାଳୁଙ୍କୁ ବାରମ୍ୱାର ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ତିତ କରାଯାଇଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now